ନୂଆଦିଲ୍ଲୀ: ସଙ୍କଟରେ ଫସିଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ (ଏଲଭିବି) ରୁ ଟଙ୍କା ଉଠାଣରେ ଲଗାମ ଲାଗିବା ପରଠୁ ଖସିଚାଲିଛି ସେୟାର ମୂଲ୍ୟ । ଆଜିକୁ ମିଶାଇ ଲଗାତାର ଷଷ୍ଠ ଦିନ ଧରି ବ୍ୟାଙ୍କ ସେୟାର ତଳମୁହାଁ ରହିଛି । ବ୍ୟାଙ୍କକୁ ନେଇ ବହୁତ ନକରାତ୍ମକ ଖବର ଆସୁଥିବାକୁ ନିବେଶକ ଆଶା-ଆଶଙ୍କାରେ । ଏଥିପାଇଁ ଏହାର ସେୟାର ବିକ୍ରି ଜାରି ରହିଥିବା ବେଳେ ବ୍ୟାଙ୍କର ମାର୍କେଟ ମୂଲ୍ୟ ହ୍ରାସ ହେଉଛି ।
6 କାରବାର ଦିବସରେ ଏଲଭିବିର ସେୟାରରେ 53 ପ୍ରତିଶତ ହ୍ରାସ ଦେଖାଦେଇଛି । ମଙ୍ଗଳବାର ବିଏସଇରେ ବ୍ୟାଙ୍କର ସେୟାର 9.88 ପ୍ରତିଶତ ଖସି 7.30 ଟଙ୍କାରେ ପହଞ୍ଚିଛି । ଏଥିସହ ଏହା ନିମ୍ନ ସର୍କିଟକୁ ଛୁଉଁଛି । ବ୍ୟାଙ୍କର ସେୟାର ଏହାର ଏକ ବର୍ଷର ତଳ ସ୍ତରକୁ ଖସିଆସିଛି ।