ଓଡିଶା

odisha

ETV Bharat / business

ଚାକିରିଆ ଆଲର୍ଟ: ପିଏଫ ନୁହେଁ ଭଲ୍ୟୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡ ଦେବ ଦ୍ବିଗୁଣ ଟଙ୍କା

ଏଣିକି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ନୁହେଁ ଭଲ୍ୟୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡରେ କରନ୍ତୁ ନିବେଶ। ମିଳିବ ଅଧିକ ରିଟର୍ଣ୍ଣ। ଏଥିରେ ଅଧିକ ସୁଧ ମିଳିବା ସହ ପିପିଏଫର 9 ମାସ ପୂର୍ବରୁ ଆପଣଙ୍କ ଟଙ୍କା 2 ଗୁଣା ହୋଇଯିବ।

ପ୍ରତିକାତ୍ମକ ଫଟୋ

By

Published : Apr 15, 2019, 2:39 PM IST

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଖାସ ଖବର । ଅବସର ସମୟରେ ଅଧିକ ପ୍ରଫିଟ ପାଇବାକୁ ଚାହାଁନ୍ତି କି ? ତେବେ ଟେନସନ ନିଅନ୍ତୁ ନାହିଁ । ଏଣିକି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ନୁହେଁ ଭଲ୍ୟୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡରେ କରନ୍ତୁ ନିବେଶ । ମିଳିବ ଅଧିକ ରିଟର୍ଣ୍ଣ । ଏଥିରେ ଅଧିକ ସୁଧ ମିଳିଥାଏ ସହ ପିପିଏଫର 9 ମାସ ପୂର୍ବରୁ ଆପଣଙ୍କ ଟଙ୍କା 2 ଗୁଣା ହୋଇଯିବ ।


ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିଥିବ VPF(ଭଲ୍ୟୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡ) କଣ ? ଭିପିଏଫ ହେଉଛି କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓର ଏକ ଯୋଜନା । ଏହି ଯୋଜନାର ଫାଇଦାକୁ କୌଣସି ମଧ୍ୟ କର୍ମଚାରୀ ଇଚ୍ଛା ମୁତାବକ ନିଜ ଦରମାର କିଛି ପ୍ରତିଶତ ଏଥିରେ ନିବେଶ କରିପାରିବେ। ଆପଣ ଚାହିଁଲେ ମହଙ୍ଗା ଭତ୍ତା( ଡିଅରେନ୍ସ ଆଲାଉନ୍ସ)ର 100 ପ୍ରତିଶତ ଭିପିଏଫରେ ଦେଇପାରିବେ। ଭିପିଏଫ ପାଇଁ କୌଣସି ଅଲଗା ଜମା ଖାତା ଖୋଲିବା ଆବଶ୍ୟକ ନୁହେଁ ।

ପିପିଏଫ ଭଳୁ ଭିପିଏଫ ମଧ୍ୟ ରିସ୍କ ଓ ଟ୍ୟାକ୍ସ ଫ୍ରି ଇନଭେଷ୍ଟମେଣ୍ଟ ଅପ୍ସନ। ଯଦି ଆପଣ ନିଜ ଅବସର ସମୟରୁ ଅଧିକ ମଜବୁତ କରିବାକୁ ଚାହାଁନ୍ତି, ତେବେ ଭିପିଏଫ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ । ପିପିଏଫରେ ନିବେଶ ସୀମା ବାର୍ଷିକ 1.5ଲକ୍ଷ ଟଙ୍କା ହୋଇପାରିବ । ହେଲେ ଭିପିଏଫରେ କୌଣସି ନିର୍ଦ୍ଧିଷ୍ଟ ସୀମା ରହିନାହିଁ ।

ସରକାରଙ୍କ ଘୋଷଣା ଅନୁଯାୟୀ, ଇପିଏଫ ସହ ଭିପିଏଫର ମଧ୍ୟ ସୁଧହାର ବୃଦ୍ଧି ପାଇ 8.65 ପ୍ରତିଶତ ରହିଛି ।

For All Latest Updates

ABOUT THE AUTHOR

...view details