ଓଡିଶା

odisha

ETV Bharat / business

ଏବେ ଇଲେକ୍ଟ୍ରିକ କାରରେ ବୁଲିବ ଇଣ୍ଡିଆ - electric

ବଜେଟରେ ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ । ଗ୍ରାହକ ଯେପରି ଶସ୍ତାରେ ଇ-ଯାନ କିଣିବେ ସେଥିପାଇଁ ଜିଏସଟି ମଧ୍ୟ 5 ପ୍ରତିଶତକୁ ହ୍ରାସ କରାଯାଇଛି । ଏଥିସହ ଆୟକର ଉପରେ ମଧ୍ୟ ରିହାତି ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Jul 6, 2019, 3:53 PM IST

ନୂଆଦିଲ୍ଲୀ: ପୁରୁଣା ପଦ୍ଧତିରେ ପୂର୍ଣ୍ଣଚ୍ଛେଦ ପକାଇବେ ମୋଦି ସରକାର । ଆଉ ପେଟ୍ରୋଲ -ଡିଜେଲ ନୁହେଁ ବୈଦ୍ୟୁତିକ ଶକ୍ତିରେ ଚାଲିବ ଯାନବାହନ । ଲୋକଙ୍କୁ ତେଲ ଝିନଝଟରୁ ମୁକ୍ତି ମିଳିବ । ପ୍ରଦୂଷଣ ମୁକ୍ତ ହେବ ଭାରତ । ସୁରକ୍ଷିତ ହେବ ପରିବେଶ । ଆଗାମୀ କେଇ ବର୍ଷ ମଧ୍ୟରେ ଇଣ୍ଡିଆ କେବଳ ଇଲେକ୍ଟ୍ରୋନିକ ଗାଡି (ବୈଦ୍ୟୁତିକ ଯାନ)ରେ ବୁଲିବ । ଏଥିପାଇଁ ଫୁଲ ଜୋସରେ ମୋଦି ସରକାର । ଆଉ ଏଥିଲାଗି ବଜେଟ ଫୋକସରେ ଇ-ଭେଇକିଲ ।


ଇଲୋକ୍ଟ୍ରିକ ଯାନ ଉପରେ ଜିଏସଟି 12ରୁ ହ୍ରାସ କରି 5 ପ୍ରତିଶତ କରାଯାଇଛି । ଏଥିସହ ବିଦ୍ୟୁତ ଯାନ ଋଣର ସୁଧ ଉପରେ ମିଳିବ 1.5 ଲକ୍ଷ ଟଙ୍କାର ଆୟକର ରିହାତି । ଏପରିକି ନିର୍ଦ୍ଧିଷ୍ଟ ଇ- ଯାନ ଉପରେ ଆମଦାନୀ ଶୁଳ୍କ ବି ହ୍ରାସ ପାଇବ । ଏହା ଦ୍ବାରା ଦେଶରେ ଇଲେକ୍ଟ୍ରନିକ ଗାଡିର ଉତ୍ପାଦନ ବୃଦ୍ଧି ସହ ବିକ୍ରି ମଧ୍ୟ ବୃଦ୍ଧି ପାଇବ ।

ଏହି ବ୍ୟବସ୍ଥା ଦ୍ବାରା ଗ୍ରାହକ ନିଜ ପୂରା ଜୀବନ କାଳରେ 2.5 ଲକ୍ଷ ଟଙ୍କାର ସଞ୍ଚୟ କରିପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଦେଖିବାକୁ ଦେଶରେ ତେଲ ଆମଦାନୀ କମୁଛି । ଏଥିସହ ଡିଜେଲ ଚାଳିତ ଯାନ ଦ୍ବାରା ଉଭୟ ବାୟୁ ଓ ଶବ୍ଦ ଦୂଷିତ ହେଉଛି । ଏଣୁ ଦେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ଇ-ଯାନ ଉପରେ ଗୁରୁତ୍ବ ଦେଉଛନ୍ତି । ଏଥିଲାଗି ସୌରଶକ୍ତି ଶିଳ୍ପ ଉପରେ ମଧ୍ୟ ଟିକସ ଛାଡ ପାଇଁ ଘୋଷଣା କରିଛନ୍ତି । ଏପରିକି ଇ-ଯାନ କ୍ଷେତ୍ରରେ ଭାରତ ଏକ ଲମ୍ବା ଲମ୍ଫ ମାରି ମ୍ୟାନୁଫେକ୍ଚରିଙ୍ଗ ହବ (ଉତ୍ପାଦନ କେନ୍ଦ୍ର) ଭାବେ ନାଁ କମେଇବାକୁ ଯୋଜନା କରୁଛି ।

ସରକାର ପ୍ରଥମେ ଏହି ଯାନକୁ ପ୍ରୋତ୍ସାହିତ କରିବା ପାଇଁ 10 ହଜାର କୋଟିର ସ୍କିମ ଘୋଷଣା କରିସାରିଛନ୍ତି । ତେବେ ନିର୍ମଳାଙ୍କ ବଜେଟ ଆଟୋ ମୋବାଇଲ ସେକ୍ଟର ପାଇଁ ଖୁସି ଆଣିଛି ।

For All Latest Updates

ABOUT THE AUTHOR

...view details