ଓଡିଶା

odisha

ETV Bharat / business

ମୋଦି ସରକାର ଦେବେ ଶସ୍ତାରେ ଚାଉଳ, ଚିନି ଓ ଗହମ !

ପ୍ରତି ମାସରେ ରାସନକାର୍ଡଧାରୀଙ୍କୁ ଅଧିକା 1 କିଲୋ ଚିନି, ଗହମ ଓ ଚାଉଳ ମିଳିବ । ଏହାଦ୍ବାରା ସମଗ୍ର ଦେଶରେ 16 କୋଟି ଗରିବ ପରିବାର ଲାଭବାନ ହୋଇପାରିବେ ।

By

Published : Jun 4, 2019, 3:46 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଗରିବଙ୍କ ଦୁଃଖ ଦୂର କରିବା ପଥରେ ମୋଦି ସରକାର । ଶସ୍ତାରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗହମ, ଚାଉଳ ଓ ଚିନି ଦେବାକୁ ଚଲାଇଛନ୍ତି ପ୍ରସ୍ତୁତି । ଏହା ଦ୍ବାରା ସମଗ୍ର ଦେଶରେ 16 କୋଟି ଗରିବ ପରିବାର ଲାଭବାନ ହୋଇପାରିବେ ।

ସରକାର ପ୍ରତି ମାସରେ ରାସନକାର୍ଡଧାରୀଙ୍କୁ ଅଧିକା 1 କିଲୋ ଚିନି, ଗହମ ଓ ଚାଉଳ ଦେବେ । ସୂଚନା ଯୋଗ୍ୟ ଯେ, ଫୁଡ କର୍ପୋରେସନ ଅଫ ଇଣ୍ଡିଆ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁତ ରହିଛି । ଆଉ ଆଗକୁ ବର୍ଷା ଋତୁ । ଏଣୁ ପୁରୁଣା ଷ୍ଟକକୁ ଶେଷ କରିବାକୁ କମ୍ପାନୀ ବାଧ୍ୟ । ଏହା ସରିଲେ ପୁଣି ନୂଆ ଓ ଫ୍ରେସ ସାମଗ୍ରୀ ଆସିବ । ଏସବୁକୁ ନଜରରେ ରଖି ଖାଦ୍ୟ ମନ୍ତ୍ରାଣଳୟ ସରକାରଙ୍କ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲା । ଏହାକୁ ତଦନ୍ତ କରି ଶୀଘ୍ର ସରକାର ଏ ନେଇ ନିଷ୍ପତ୍ତି ନେବେ । ଏହା ଅନୁଯାୟୀ ଶୀଘ୍ର ସବସିଡିରେ ଚାଉଳ ଓ ଚିନି ମିଳିବ ।


ବର୍ତ୍ତମାନ ସମୟରେ ଅଢେଇ କୋଟି ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନା ଜରିଆରେ କିଲୋ ପ୍ରତି 13.5 ଟଙ୍କାରେ
ଚିନି ଦିଆଯାଇଥାଏ । ଏଥିସହ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ କିଲୋ ପିଛା 2ଟଙ୍କାରେ ଗହମ ଓ 3ଟଙ୍କାରେ ପ୍ରତିମାସରେ 5 କିଲୋ ଚାଉଳ ଦିଆଯାଉଛି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସରକାର ଗରିବଙ୍କୁ ଏହି ସୁବିଧା ଯୋଗାଉଛନ୍ତି ।

ତେବେ ସରକାର ଯଦି ଏହି ଯୋଜନା ଲାଗୁ କରନ୍ତି ରାଜକୋଷ ଉପରେ 4727 କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

ABOUT THE AUTHOR

...view details