ଓଡିଶା

odisha

By

Published : Mar 5, 2021, 8:02 PM IST

ETV Bharat / business

ବିବାହ ସିଜନରେ ଜମିବ ଗହଣା କିଣା, ଶସ୍ତା ହେଉଛି ସୁନା

ବିବାହ ବ୍ରତ ସିଜିନ ଜାରି ରହିଥିଲା ବେଳେ ଲଗାତାର କମିଚାଲିଛି ସୁନା ଓ ରୂପା ଦାମ । ଆଜି ବୈଶ୍ବିକ ବଜାରର ଦୁର୍ବଳ ସଙ୍କେତ ମଧ୍ୟରେ ଖସିଛି ସୁନା ଦାମ । ଅଧିକ ପଢନ୍ତୁ..

ବିବାହ ସିଜନରେ ଜମିବ ଗହଣା କିଣା, କମିଲା ସୁନା ଦାମ
ବିବାହ ସିଜନରେ ଜମିବ ଗହଣା କିଣା, କମିଲା ସୁନା ଦାମ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 522 ଟଙ୍କା ହ୍ରାସ ହୋଇଛି । ସେପଟେ ରୂପା ଦାମ ବି ଆଜି 1822 ଟଙ୍କା କମିଛି ।

ଏଚଡିଏଫସି ସିକ୍ୟୁଟିଜିର ତଥ୍ୟ ଅନୁସାରେ ଆଜି ସୁନା ଦାମ 10 ଗ୍ରାମ ପ୍ରତି 522 ଟଙ୍କା କମି 43,887 ଟଙ୍କା ରହିଛି । ସେହିଭଳି ରୂପା ଦାମ ମଧ୍ୟ କିଲୋ ପ୍ରତି 1,822 ଟଙ୍କା କମି 64,805 ଟଙ୍କା ରହିଛି ।

ତେବେ ଗୋଟିଏ ଦିନ ପୂର୍ବରୁ ସୁନା ଦାମ 10 ଗ୍ରାମ ପ୍ରତି 44,409 ଟଙ୍କାରେ ବନ୍ଦ ହୋଇଥିଲା । ରୂପା ଦାମ କିଲୋ ପିଛା 66,627 ଟଙ୍କା ଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ (କମୋଡିଟି) ତପନ ପଟେଲ କହିଛନ୍ତି କି, ବୈଶ୍ବିକ ବଜାରରେ ସୁନା ଦାମରେ ହ୍ରାସ ଅନୁସାରେ ଦିଲ୍ଲୀ ବଜାରରେ 24 କ୍ୟାରେଟ ସୁନା ଦାମ 522 ଟଙ୍କା ହ୍ରାସ ହୋଇଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,696 ଡଲାର ରହିଥିଲା ବେଳେ ରୂପା ଆଉନ୍ସ 25.20 ଡଲାରରେ କାରବାର କରୁଛି ।

ABOUT THE AUTHOR

...view details