ଓଡିଶା

odisha

ETV Bharat / business

କମିଲା ସୁନା ଦାମ, ମଜବୁତ ଟଙ୍କା

ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଯୋଗୁଁ ଦିଲ୍ଲୀ ସରଫରା ବଜାରରେ ନରମିଛି ସୁନା ଦାମ ।

କମିଲା ସୁନା ଦାମ, ମଜବୁତ ଟଙ୍କା
କମିଲା ସୁନା ଦାମ, ମଜବୁତ ଟଙ୍କା

By

Published : Mar 26, 2021, 9:49 PM IST

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଯୋଗୁଁ ଦିଲ୍ଲୀ ସରଫରା ବଜାରରେ ନରମିଛି ସୁନା ଦାମ ।

ଶୁକ୍ରବାର ସୁନା ଦାମ 10 ଗ୍ରାମ ପ୍ରତି 147 ଟଙ୍କା ହ୍ରାସ ହୋଇ 44,081 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଗତ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 44,228 ଟଙ୍କାରେ ବନ୍ଦ ହୋଇଛି ।

ଏହାର ବିପରୀତ ରୂପା ଦାମ କିଲୋ ପ୍ରତି 1,036 ଟଙ୍କା ଉଛୁଳିବା ସହ 64,276 ଟଙ୍କାରେ ପହଞ୍ଚିଛି । ଗୁରୁବାର ରୂପା ଦାମ କିଲୋ ପ୍ରତି 63,240 ଟଙ୍କାରେ ବନ୍ଦ ହୋଇଥିଲା ।

ଶୁକ୍ରବାର କାରବାର ଆରମ୍ଭରେ ଆମେରକୀୟ ଡଲାର ତୁଳନାରେ ଟଙ୍କା 14 ପଇସା ବଢି 72.48 ଟଙ୍କାରେ ପହଞ୍ଚିଥିଲା । କାରବାର ଶେଷ ସୁଦ୍ଧା ଟଙ୍କା 11 ପଇସା ମଜବୁତ ହୋଇ 72.51 ରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମରେ ସାମାନ୍ୟ ହ୍ରାସ ହୋଇ ଆଉନ୍ସ ପ୍ରତି 1,726 ଡଲାର ଓ ରୂପା 25.14 ଡଲାରରେ ଅପରିବର୍ତ୍ତିତ ଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ( କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ଡଲାର ମଜବୁତ ହେବା ଦ୍ବାରା ସୁନାରେ ସେଲଅଫ ଦେଖାଦେଇଛି । ’’

ABOUT THE AUTHOR

...view details