ଓଡିଶା

odisha

ETV Bharat / business

ରେକର୍ଡରେ ଗହଣା ଦାମ, 36 ହଜାର ଛୁଇଁଲାଣି ସୁନା - ସର୍ବାଧିକ ସ୍ତରରେ ସୁନା ଦର

ଅସ୍ଥିର ଅନ୍ତର୍ଜାତୀୟ ବଜାର । ଲଗାତାର ଭାବେ ମହଙ୍ଗା ହେଉଛି ସୁନା ଓ ରୂପା । ଫଳରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଦାମ । ଶୁକ୍ରବାର ସୁନା 6 ବର୍ଷର ରେକର୍ଡ ଭାଙ୍ଗି ବଢିଥିଲା ବେଳେ ଶନିବାର ହ୍ରାସ ପାଇଥିଲା ।

ପ୍ରତିକାତ୍ମକ ଫଟୋ

By

Published : Jul 23, 2019, 9:36 PM IST

ନୂଆଦିଲ୍ଲୀ: ସର୍ବାଧିକ ସ୍ତରରେ ସୁନା ଦର । ଅନ୍ତର୍ଜାତୀୟ ବଜାରରେ ଦାମ ବଢିବା ଯୋଗୁଁ ଘରୋଇ ମାର୍କେଟରେ ଲଗାତାର ମହଙ୍ଗା ହେଉଛି ସୁନା । 10 ଗ୍ରାମ ସୁନା ଦାମ 35 ହଜାର 970 ଟଙ୍କା ଛୁଇଁଛି । ସେପଟେ ରୂପା ମଧ୍ୟ କିଲୋ ପିଛା 260 ଟଙ୍କା ବଢି 41 ହଜାର 960ରେ ପହଞ୍ଚିଛି ।

99.9 ପ୍ରତିଶତ ଓ 99.5 ପ୍ରତିଶତ ସୁଦ୍ଧତା ଥିବା ସୁନା ଦାମ 10 ଗ୍ରାମ ପିଛା ସୁନା 100 ଟଙ୍କା ଲେଖାଏଁ ବଢି ଯଥାକ୍ରମେ 35,970 ଟଙ୍କା ଏବଂ 35 ହଜାର 800 ରହିଛି। ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର 1,425.60 ଡଲାର ରହିଥିଲା ବେଳେ ରୂପା 16.40 ଡଲାର ରହିଛି।

ABOUT THE AUTHOR

...view details