ଓଡିଶା

odisha

ETV Bharat / business

ବିଜନେସ 2019: ମାଲାମାଲ ସୁନା ନିବେଶକ, ନାକେଦମ ମଧ୍ୟବିତ୍ତ - 2019ରେ ମାଲାମାଲ ସୁନା ନିବେଶକ

ସୁନାରେ ନିବେଶ ଏକ ସୁରକ୍ଷିତ ବିକଳ୍ପ । ଏଥିପାଇଁ 2019ରେ ଧୀମା ଅର୍ଥବ୍ୟବସ୍ଥା ଭିତରେ ଅଧିକ ସୁନା ଉପରେ ନିବେଶ କରିଛନ୍ତି । ଯେଉଁଥିପାଇଁ ସୁନା ଦର ବୃଦ୍ଧି ସହ ବେପାର ମଧ୍ୟ ବଢିଛି ।

gold investors gains this year
ବିଜନେସ 2019: ମାଲାମାଲ ସୁନା ନିବେଶକ, ନାକେଦମ ମଧ୍ୟବିତ୍ତ

By

Published : Dec 30, 2019, 11:41 AM IST

ନୂଆଦିଲ୍ଲୀ: ସୁନା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା 2019 । ଏ ବର୍ଷ ଭଲ ପ୍ରଫିଟ କମେଇଛନ୍ତି ସୁନା ନିବେଶକ । ସେପଟେ ସେୟାର ବଜାର ନିବେଶକ ମଧ୍ୟ ଏଥର ଭଲ ଆୟରେ ସଫଳ ରହିଛନ୍ତି ।

ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ସରକାର ଆଗାମୀ ବଜେଟରେ ସୁଧାର ଆଣିବେ, ତେବେ ନିଶ୍ଚିତ ସେୟାରବଜାରରେ ନିବେଶ ବଢିବା ସହ ଭଲ ପ୍ରଫିଟ ରହିବ ।

ସମଗ୍ର ଦେଶରେ ଜାରି ଆର୍ଥିକ ମାନ୍ଦାବସ୍ଥା ଭିତରେ ନୂଆ ବର୍ଷରେ ସୁନା 10 ଗ୍ରାମ ପିଛା 42ରୁ 45 ହଜାର ପର୍ଯ୍ୟନ୍ତ ଛୁଇଁପାରେ । ଫଳରେ ମଧ୍ୟବିତ୍ତଙ୍କୁ ସୁନା କିଣିବା କଷ୍ଟକର ହୋଇପାରେ ।

ଏ ବର୍ଷ ସୁନା ନିବେଶକ 23 ପ୍ରତିଶତରୁ ଅଧିକ ପ୍ରଫିଟ ଦେଇଛନ୍ତି । ସେପଟେ ସେୟାରରେ ଟଙ୍କା ଲଗାଇଥିବା ନିବେଶକ ମଧ୍ୟ ମାଲାମଲ ରହିଛନ୍ତି । ସେମାନେ ବଜାରରେ 15 ପ୍ରତିଶତ ଭଲ ଆୟ କମାଇଛନ୍ତି । ବିଶେଷଙ୍କ ମୁତାବକ, ସେୟାରେ ନିବେଶ ଉପରେ ଭଲ ରିଟର୍ଣ୍ଣ ମିଳିବା ସମ୍ଭାବନା ରହିଛି । ହେଲେ ଏଥିରେ ଅନିଶ୍ଚିତତା ଦେଖାଯାଇଥାଏ ।

ଦର୍ଶାଯାଇଛି ଯେ, ସୁନାରେ ନିବେଶ ଏକ ସୁରକ୍ଷିତ ବିକଳ୍ପ । କିନ୍ତୁ ହାରାହାରୀ ରିଟର୍ଣ୍ଣ ତୁଳନାରେ ଏଥିରେ ଏତେ ମିଳିନଥାଏ । ହେଲେ ଏଥର ସ୍ଥିତି ଓଲଟିଯାଇଛି । ସୁନା ନିବେଶ ସେୟାର ଅଧିକ ଲାଭ ଦେଇଛି ।

ଦିଲ୍ଲୀ ବୁଲିୟନ ଟ୍ରେଡର୍ସ ୱେଲଫେୟାର ଆସୋସିଏସନ ଅଧ୍ୟକ୍ଷ ବିମଲ ଗୋଏଲ କହିଛନ୍ତି ଯେ, ‘‘ ଏ ସମୟରେ ଦେଶ-ଦୁନିଆରେ ଅର୍ଥବ୍ୟବସ୍ଥାର ସ୍ଥିତି ଭଲ ନାହିଁ । ଦୁନିଆରେ ଯେବେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି ତେବେ ନିବେଶକ ନିବେଶର ଅନ୍ୟ ବିକଳ୍ପ ସ୍ବରୁପ ବଜାରରେ ସୁନା ଉପରେ ଟଙ୍କା ଲଗାନ୍ତି ।

ପ୍ରକାଶ ଯେ, 2018 ଡିସେମ୍ବର 31ରେ 24 କ୍ୟାରେଟ ଅର୍ଥାତ 99.9 ପ୍ରତିଶତ ଶୁଦ୍ଧତା ସୁନା ଦାମ 10 ଗ୍ରାମ ପିଛା 32,270 ଟଙ୍କା ରହିଥିଲା । ଯାହାକି 2019 ଶେଷ ସପ୍ତାହରେ 39,700 ଟଙ୍କା ପାଖାପାଖି ରହିଛି । ଏହାକୁ ଦେଖିବାକୁ ଗଲେ ଏବେ ସୁଦ୍ଧା ସୁନା ଦାମ 10 ଗ୍ରାମ ପିଛା 7,430 ଟଙ୍କା ଅର୍ଥାତ 23 ପ୍ରତିଶତ ବଢିଛି । କେବଳ ସୁନା ନୁହେଁ ରୂପା ମଧ୍ୟ ଏଥର ଭଲ ରିଟର୍ଣ୍ଣ ଦେଇଛି । 2019ରେ ସୁନା ନିବେଶକଙ୍କ ପ୍ରାୟ 22 ପ୍ରତିଶତ ରିଟର୍ଣ୍ଣ ମିଳିଛି । ଗତ ବର୍ଷ ଡିସେମ୍ବର 31ରେ ରୂପା କିଲୋ 39,100 ଟଙ୍କା ରହିଥିଲା । ଯାହା ଏଥର 47,700 ଟଙ୍କା ଅଛି ।

ଗୋଏଲଙ୍କ କହିବା ଅନୁଯାୟୀ , 2020ରେ ସୁନା 10 ଗ୍ରାମ ପିଛା 42 ହଜାରରୁ 45 ହଜାର ପର୍ଯ୍ୟନ୍ତ ବଢିବ । ସେପଟେ ସେୟାର ବଜାର ଦେଖିବା ଯଦି, ତେବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 2018 ଡିସେମ୍ବର 31ରେ 36,068 ପଏଣ୍ଟରେ ବନ୍ଦ ହୋଇଥିଲା । ହେଲେ ଏଥରକ ସାପ୍ତାହିକ ସେନସେକ୍ସ 41,575.14 ପଏଣ୍ଟରେ ବନ୍ଦ ହୋଇଥିଲାବେଳେ 15.26 ପ୍ରତିଶତ ରିଟର୍ଣ୍ଣ ଦେଇଛି । ତେବେ ଉଠାଣି ଗଡାଣି ସହ ଏଥର ପୁଞ୍ଜି ବଜାରରେ ଭଲ ଲାଭ ରହିଛି ।

ସେୟାର ବଜାରରେ ପୂର୍ବ ରେକର୍ଡକୁ ଦେଖିବ ତ, 2016ରେ ସେନସେକ୍ସ ଗୋଟିଏରୁ 2 ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଯେତେବେଳେ କି 2015ରେ ଏଥିରେ ପ୍ରବଳ ଘାଟା ହୋଇଥିଲା । ତା ପୂର୍ବରୁ ଅର୍ଥାତ 2014ରେ 30 ପ୍ରତିଶତ ରିଟର୍ଣ୍ଣ ନିବେଶକ ପାଇଥିଲେ । ସେହିପରି 2008ରେ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଭିତରେ ସେୟାରରେ ନିବେଶରେ 50 ପ୍ରତିଶତ କ୍ଷତି ହୋଇଥିଲା । 2009 ସେୟାରରେ 90 ପ୍ରତିଶତ ରେକର୍ଡ ପ୍ରତିଫଳନ ନିବେଶକଙ୍କୁ ମିଳିଥିଲା ।

ABOUT THE AUTHOR

...view details