ଓଡିଶା

odisha

ETV Bharat / business

51 ହଜାର ଟପିଲା ସୁନା ଦାମ

ଆମେରିକା ଓ ଚୀନ ମଧ୍ୟରେ ବିବାଦ ବୃଦ୍ଧି ଓ ଆମେରିକାରେ କୋରୋନା ଭାଇରସ ମାମାଲା ବୃଦ୍ଧି ଯୋଗୁଁ ନିବେଶଙ୍କ ସୁରକ୍ଷିତ ନିବେଶ ବିକଳ୍ପ ସୁନା ରହିଛି । ଫଳରେ ସୁନାର ଚାହିଦା ବଢିବା ସହ ଦାମ ବଢିଚାଲିଛି । ଅଧିକ ପଢନ୍ତୁ..

gold crosses rs 51000 mark up by rs 502
gold crosses rs 51000 mark up by rs 502

By

Published : Jul 23, 2020, 7:49 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ବୃଦ୍ଧି ଜାରି ରହିଛି । ଫଳରେ ଗୁରୁବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପିଛା 502 ଟଙ୍କା ବଢି 51 ହଜାର ଟଙ୍କା ସ୍ତର ଡେଇଁଛି ।

ଗୁରୁବାର ସୁନା ଦାମ 502 ଟଙ୍କା ବୃଦ୍ଧି ପାଇଁ 10 ଗ୍ରାମ ପିଛା 51,443 ଟଙ୍କାରେ ପହଞ୍ଚିଛି । ବୁଧବାର ସୁନା ଦାମ 10 ଗ୍ରାମ ପ୍ରତି 50,941 ଟଙ୍କା ରହିଥିଲା । ସେପଟେ ରୂପା ଦାମ 69 ଟଙ୍କା ହ୍ରାସ ହୋଇ କିଲୋ ପିଛା 62,760 ଟଙ୍କା ଛୁଇଁଛି । ବୁଧବାର ରୂପା କିଲୋ 62,829 ଟଙ୍କାରେ କାରବାର ବନ୍ଦ ହୋଇଥିଲା ।

HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ, ସୁନାର ଆନ୍ତର୍ଜାତୀୟ ମୂଲ୍ୟରେ ବୃଦ୍ଧି ଯୋଗୁଁ ଦିଲ୍ଲୀର 24 କ୍ୟାରେଟ୍ ସୁନା ସ୍ପଟ ମୂଲ୍ୟ 502 ଟଙ୍କା ବୃଦ୍ଧି ହୋଇ ରେକର୍ଡ ସ୍ତରରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,875 ଡଲାରକୁ ବୃଦ୍ଧି ହୋଇଥିବା ବେଳେ ରୂପା ଆଉନ୍ସ ପ୍ରତି 22.76 ଡଲାରର ସ୍ଥିର ଅଛି ।

ଆମେରିକା ଓ ଚୀନ ମଧ୍ୟରେ ବିବାଦ ବୃଦ୍ଧି ଓ ଆମେରିକାରେ କୋରୋନା ଭାଇରସ ମାମାଲା ବୃଦ୍ଧି ଯୋଗୁଁ ନିବେଶଙ୍କ ସୁରକ୍ଷିତ ନିବେଶ ବିକଳ୍ପ ସୁନା ରହିଛି । ଫଳରେ ସୁନାର ଚାହିଦା ବଢିବା ସହ ଦାମ ବଢିଚାଲିଛି । ଏ ନେଇ ତପନ ପଟେଲ କହିଛନ୍ତି ।

ABOUT THE AUTHOR

...view details