ଓଡିଶା

odisha

By

Published : Apr 8, 2020, 11:45 PM IST

ETV Bharat / business

ବଜାରରୁ 3.20 ଲକ୍ଷ କୋଟି ଋଣ ନେବାକୁ ରାଜ୍ୟକୁ ଅର୍ଥ ମନ୍ତ୍ରାଣଳୟର ମଞ୍ଜୁରୀ

କୋରୋନା ଭାଇରସର ଲଢେଇ ପାଇଁ ରାଜ୍ୟର ଆବଶ୍ୟକ ଖର୍ଚ୍ଚକୁ ନଜରରେ ରଖି ସରକାର ବଜାରରୁ ଟଙ୍କା ଉଠାଇବାକୁ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

finmin allows states to borrow rs 3.20 lakh cr from market
ଅର୍ଥମନ୍ତ୍ରାଣଳୟ

ନୂଆଦିଲ୍ଲୀ: ଏପ୍ରିଲରୁ ଡିସେମ୍ବର ମଧ୍ୟରେ 3.20 ଲକ୍ଷ କୋଟି ଟଙ୍କାର ଋଣ ନେବାକୁ ରାଜ୍ୟଗୁଡିକୁ ଅର୍ଥ ମନ୍ତ୍ରାଣଳୟର ଅନୁମତି । କୋରୋନା ଭାଇରସର ଲଢେଇ ପାଇଁ ରାଜ୍ୟର ଆବଶ୍ୟକ ଖର୍ଚ୍ଚକୁ ନଜରରେ ରଖି ସରକାର ଏହି ଅନୁମତି ଦେଇଛନ୍ତି ।

ମନ୍ତ୍ରାଣଳୟ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷର ଯୋଜନାର ଆର୍ଥିକ ପୋଷଣ ଯୋଗୁଁ 2020-21 ପାଇଁ ମୋଟ ଋଣ ସୀମାର 50 ପ୍ରତିଶତ ଆଧାରରେ ଖୋଲା ବଜାରରୁ ଋଣ ନେବାକୁ ରାଜ୍ୟକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବ୍ୟୟ ବିଭାଗ ଦ୍ବାରା ଆରବିଆଇକୁ ପଠାଯାଇଥିବା ଚିଠି ଅନୁଯାୟୀ, 28 ରାଜ୍ୟକୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସ ପାଇଁ ବଜାରରୁ 3,20,481 କୋଟି ଟଙ୍କା ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି । ଏହା ମୁତାବକ ପଶ୍ଚିମବଙ୍ଗ 20,362 କୋଟି, ମହାରାଷ୍ଟ୍ର 46,182 କୋଟି, ଉତ୍ତରପ୍ରଦେଶ 29,108 କୋଟି, କର୍ଣ୍ଣାଟକ 27,054 କୋଟି, ଗୁଜୁରାଟ 26,112 କୋଟି ଏବଂ ରାଜସ୍ଥାନ 16,387 କୋଟି ଟଙ୍କା ନେଇପାରିବ ।

ABOUT THE AUTHOR

...view details