ଓଡିଶା

odisha

By

Published : Feb 9, 2021, 8:24 PM IST

Updated : Feb 9, 2021, 9:39 PM IST

ETV Bharat / business

ଜାନୁଆରୀରେ 41 ପ୍ରତିଶତ ହ୍ରାସ ପାଇଛି ବିମାନ ଯାତ୍ରା

ଘରୋଇ ବିମାନ ଯାତ୍ରାଙ୍କ ସଂଖ୍ୟା ଗତି ଗତବର୍ଷ ତୁଳନାରେ 41 ପ୍ରତିଶତ ହ୍ରାସ ପାଇ ଚଳିତ ବର୍ଷ ଜାନୁୟାରୀରେ ପ୍ରାୟ 76 ଲକ୍ଷ ଯାତ୍ରୀଙ୍କ ନିକଟରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗତବର୍ଷ ଅପେକ୍ଷା ଚଳିତ ବର୍ଷ 41 ପ୍ରତିଶତ ହ୍ରାସ ପାଇଛି ବିମାନ ଯାତ୍ରା
ଗତବର୍ଷ ଅପେକ୍ଷା ଚଳିତ ବର୍ଷ 41 ପ୍ରତିଶତ ହ୍ରାସ ପାଇଛି ବିମାନ ଯାତ୍ରା

ମୁମ୍ବାଇ: ଗତବର୍ଷ ତୁଳନାରେ ହ୍ରାସ ପାଇଛି ବିମାନ ଯାତ୍ରୀ ସଂଖ୍ୟା । 2020 ବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସରେ ଘରୋଇ ବିମାନ ଉଡାଣରେ ଯାତ୍ରୀ ସଂଖ୍ୟା 41 ପ୍ରତିଶତ ହ୍ରାସ ପାଇଛି । ସେହପରି ଗତ ଡିସେମ୍ବର ମାସ ତୁଳନାରେ ମଧ୍ୟ ବିମାନ ଯାତ୍ରା କ୍ଷେତ୍ରରେ କ୍ରମିକ ଅଭିବୃଦ୍ଧି 3.5 ପ୍ରତିଶତକୁ ଖସିଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି ।

ଗତବର୍ଷ ଜାନୁଆରୀ ମାସରେ ଘରୋଇ ରୁଟରେ ମୋଟ 1.27 କୋଟି ଯାତ୍ରୀଙ୍କୁ ନେଇ ଭାରତୀୟ ବିମାନ ଉଡାଣ ଭରିଥିଲା । ତେବେ ମହାମାରୀ ମଧ୍ୟରେ ଚଳିତ ବର୍ଷ ଜାନୁୟାରୀରେ ଏହି ଯାତାୟତ କ୍ଷେତ୍ରରେ ପୁନରୁଦ୍ଧାର ଘଟିଥିବା ଭାରତୀୟ ବିମାନ ଚଳାଚଳ ଶିଳ୍ପ ସାକ୍ଷୀ ରହିଛି । ତଥାପି ରିପୋର୍ଟ ମାସରେ ଅଭିବୃଦ୍ଧିର ଗତି ହ୍ରାସ ପାଇଛି ଏବଂ କ୍ରମାଗତ ଅଭିବୃଦ୍ଧି 76 ଲକ୍ଷ ଯାତ୍ରୀ ସହିତ ପାଖାପାଖି 3.5 ପ୍ରତିଶତ ହ୍ରାସ ଘଟିଥିବା ଇକ୍ରା ରେଟିଙ୍ଗ ଏଜେନ୍ସିରୁ ଜଣାପଡିଛି ।

ସେହିପରି ବାଣିଜ୍ୟିକ ବିମାନ ସେବା ଆରମ୍ଭ ପରେ ଗତ ମେ ମାସ 25 ତାରିଖରେ ଦୈନିକ ଉଡାଣ ଭରିଥିବା ଯାତ୍ରୀଙ୍କ ସଂଖ୍ୟା 416 ରୁ ଧୀରେ ଧୀରେ ବୃଦ୍ଧି ପାଇ ଗତ ଜାନୁୟାରୀ 18 ତାରିଖରେ2 ହଜାର 294ରେ ପହଞ୍ଚିଛି ବୋଲି ଇକ୍ରା ଉପାଧ୍ୟକ କିଞ୍ଜଲ ସାହା ଜଣାଇଛନ୍ତି ।

ଚଳିତ ବର୍ଷ ଜାନୁୟାରୀ ମାସରେ ଦୈନିକ ଉଡାଣ ଭରିଥିବା ହାରାହାରି ଯାତ୍ରୀ ସଂଖ୍ୟା ଗତବର୍ଷ ଜାନୁୟାରୀ ତୁଳନାରେ କମ ରହିଛି । ଗତବର୍ଷ ଜାନୁୟାରୀରେ 3 ହଜାର 80 ଯାତ୍ରୀ ସଂଖ୍ୟା ଥିବାବେଳେ ଚଳିତ ବର୍ଷ 2 ହଜାର 190 ରହିଛି ଏବଂ ପ୍ରତି ବିମାନ ପିଛା ହାରାହାରି 111 ଜଣ ଯାତ୍ରୀ ଯାତ୍ରା କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 9:39 PM IST

ABOUT THE AUTHOR

...view details