ଓଡିଶା

odisha

ETV Bharat / business

ଭାରତରେ କାର ବଜାର ଉପରେ ଚଡ଼କ !

ଭାରତରେ ତେଳ ଦର ଗାଡ଼ି ବିକ୍ରି ଉପରେ ପ୍ରଭାବ ପକାଇଛି । ଚଳିତ ବର୍ଷ କାର ବଜାର ଉପରେ ଏକ ପ୍ରକାର ଚଡ଼କ ପକାଇଛି ଅସ୍ଥିର ତେଲ ଦର । ଫଳରେ ଭାରତୀୟ ବଜାର କାର ବିକ୍ରି କମିଥିବା ଦେଖିବାକୁ ମିଳିଛି ।

By

Published : May 4, 2019, 5:26 AM IST

Updated : May 14, 2019, 4:40 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦେଶରେ କାର ବିକ୍ରିରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଦେଶର ଆଗଧାଡ଼ିର କାର ନିର୍ମାତା କମ୍ପାନୀର କାର ବିକ୍ରିରେ ହ୍ରାସ ପାଇଥିବା ସୂଚନା ମିଳିଛି । କେବଳ ହୋଣ୍ଡା କମ୍ପାନୀର କାର ବିକ୍ରି ବଢିଥିବା ଜଣାପଡ଼ିଛି ।


ଏକ ରିପୋର୍ଟ ଅନୁଯାୟୀ ମାରୁତି ସୁଜୁକି ଇଣ୍ଡିଆ ବିକ୍ରି ଚଳିତ ବର୍ଷ ୧୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ହ୍ୟୁଣ୍ଡାଇ କାର ବିକ୍ରିରେ ମଧ୍ୟ ୧୦.୧ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଜାପାନର କାର ନିର୍ମାତା କମ୍ପାନୀ ଟୟୋଟା କାର ବିକ୍ରିରେ ମଧ୍ୟ ୧୨ ପ୍ରତିଶତ ହ୍ରାସ ପାଇଛି।

ମିଳିଥିବା ସୂଚନା ମୁତାବକ ଗତବର୍ଷ ଏପ୍ରିଲ ମାସର ରିପୋର୍ଟ ଅନୁଯାୟୀ ମାରୁତି ସୁଜୁକି କମ୍ପାନୀର ମୋଟ ୧ ଲକ୍ଷ ୬୪ ହଜାର ୯୭୮ଟି କାର ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୩୪ ହଜାର ୬୮୯ଟି କାର ବିକ୍ରି ହୋଇଛି। ସେହିପରି ହ୍ୟୁଣ୍ଡାଇ ମୋଟର ଘରୋଇ ଗାଡ଼ି ଏପ୍ରିଲ ମାସରେ ୪୨ ହଜାର ୫ଟି ବିକ୍ରି କରିବାରେ ସକ୍ଷମ ହୋଇଥିବା ବେଳେ ଗତବର୍ଷ ଏପ୍ରିଲରେ ୪୬ ହଜାର ୭୩୫ଟି କାର ବିକ୍ରି କରିଥିଲା।

ସେପଟେ ଦୁଇ ଚକିଆ ଯାନର ବିକ୍ରି ବଢିଛି । ସୁଜୁକି ମୋଟର ସାଇକେଲ ଇଣ୍ଡିଆର ଉତ୍ପାଦ 9.25 ପ୍ରତିଶତ ବଢିଛି । ଏପ୍ରିଲ ମାସ ଶେଷ ସୁଦ୍ଧା 57 ହଜାର 072 ଟି ୟୁନିଟ ବିକ୍ରି ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ 52 ହଜାର 237 ୟୁନିଟ ବିକ୍ରି ହୋଇଥିଲା । ସେହିପରି ବୁଲେଟ କମ୍ପାନୀ ରୟାଲ ଏନଫିଲ୍ଡ ବିକ୍ରି ମଧ୍ୟ କମିଛି । 59 ହଜାର 137ରେ ପହଞ୍ଚିଛି । ଗତବର୍ଷ ଏହି ସମୟ ମଧ୍ୟରେ କମ୍ପାନୀର 74 ହଜାର 627ଟି ୟୁନିଟ ବିକ୍ରି ହୋଇଥିବା ଜଣାପଡ଼ିଛି ।

ଗତସପ୍ତାହରେ ମାରୁତି ସୁଜୁକି ଇଣ୍ଡିଆର ଅଧ୍ୟକ୍ଷ ସି ଭାର୍ଗବ କହିଥିଲେ, ଚଳିତ ବର୍ଷ କାର ବିକ୍ରି ବହୁଳ ମାତ୍ରାରେ ଖସିଛି । ତେଲ ଦର ବୃଦ୍ଧିର ପ୍ରଭାବ କାର ବିକ୍ରି ଉପରେ ଦେଖିବାକୁ ମିଳିଛି ।

Last Updated : May 14, 2019, 4:40 PM IST

For All Latest Updates

ABOUT THE AUTHOR

...view details