ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ବହିଖାତା ଖୋଲିବା ପରେ ବଜାରରେ ଭୂକମ୍ପ । ମୁଣ୍ଡରେ ହାତ ଦେଲେଣି ନିବେଶକ । କ୍ଷତିରେ କାରବାର ବନ୍ଦ। ସେନସେକ୍ସ 1073.95 ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି 319.90 ପଏଣ୍ଟ ଖସିଛି । ଯାହାକି ସର୍ବନିମ୍ନ ଦିନିକିଆ ହ୍ରାସ ।
ବଜେଟ ଦିନରେ ବଜାରରେ ଭୂକମ୍ପ, 40 ହଜାର ତଳେ ସେନସେକ୍ସ - ବଜେଟ 2020
ବଜାରରେ ବଜେଟ ମାଡ । ଖସିଲା ସେୟାର ସୂଚକାଙ୍କ । କ୍ଷତିରେ ଚାଲିଛି କାରବାର । ମୁଣ୍ଡରେ ହାତ ଦେଲେଣି ନିବେଶକ । ଅଧିକ ପଢନ୍ତୁ...
ବଜେଟ ଭାଷଣ ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1073.95ପଏଣ୍ଟ କମି 39,649.54ରେ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 319.90 ପଏଣ୍ଟ ତଳମୁହାଁ ହୋଇ 11,642.20 ରେ କାରବାର ବନ୍ଦ କରିଛି ।
ବଡ ବଡ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର, ଇମ୍ଫୋସିସ, ଟିସିଏସ, ଏଚସିଏଲ ଟେକ ସବୁଜ ସଙ୍କେତରେ କାରବାର କରୁଥିବା ବେଳେ ଏଲଏଣ୍ଡଟି, ଟାଟା ମୋଟର୍ସ, ଜି ଲିମିଟେଡ, ବିପିସିଏଲ, ୟୁପିଏଲ, ହୀରା ମମୋଟକପ, ବଜାଜ ଫିନ୍ସର୍ବ ଆଦିର ସେୟାର ନାଲି ସଙ୍କେତରେ ରହିଛି ।