ଓଡିଶା

odisha

ETV Bharat / business

ଟ୍ରମ୍ପ- ଜିନପିଙ୍ଗ ଦୋସ୍ତି ପରେ ଦୌଡୁଛି ସେୟାର ସୂଚକାଙ୍କ - share market

39 ହଜାର 600 ଟପିଲା ସେନସେକ୍ସ । ଲଗାତାର ହ୍ରାସ ପରେ ସୋମବାର ସକାଳୁ ସେୟାର ରେଖା ଉପରମୁହାଁ ରହିଛି । ଆମେରିକା ଓ ଚୀନ ଟ୍ରେଡୱାରରେ ବିରାମ ଓ ବୈଷିୟିକ ଅଭିବୃଦ୍ଧି ପ୍ରଭାବରେ ଭାରତୀୟ ସେୟାର ବଜାରର ପ୍ରଦର୍ଶନ ଭଲ ରହିଛି ।

ଡିଜାଇନ ଫଟୋ

By

Published : Jul 1, 2019, 4:23 PM IST

ନୂଆଦିଲ୍ଲୀ: ଲଗାତାର ମାନ୍ଦା ପରେ ବଢିଲା ସେୟାର ସୂଚକାଙ୍କ । ସପ୍ତାହର ପ୍ରଥମ ଦିନରୁ ପ୍ରଫିଟରେ କାରବାର । ସୋମବାର ସକାଳୁ ସେନସେକ୍ସ 39 ହଜାର 600 ପାର କରିଛି । ସେପଟେ ନିଫ୍ଟି ମଧ୍ୟ ଭଲ ପ୍ରଦର୍ଶନ କରି 11, 860କୁ ଛୁଇଁଛି ।

ଏସିଆ ବଜାରରେ ଅଭିବୃଦ୍ଧି ଓ ବୈଷୟିକ ସ୍ତରରେ ସକରାତ୍ମକ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି । ଏଥିଯୋଗୁଁ ସେୟାର ରେଖା ଉପରମୁହାଁ ହେଉଛି । ଯେଉଁଥିପାଇଁ ନିବେଶକ ମଧ୍ୟ ଅଧିକ ଟଙ୍କା ଲଗାଇବାକୁ ଉତ୍ସାହିତ ଅଛନ୍ତି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 200 ପଏଣ୍ଟ ବଢି 39,600କୁ ଡେଇଁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 70 ପଏଣ୍ଟ ବୃଦ୍ଧି ପାଇ 11,860ରେ କାରବାର କରୁଛି।

ତେବେ ଆଗକୁ ବଜେଟ ଆସୁଥିବାରୁ ଆଶା- ଆଶଙ୍କା ଜାରି ରହିଛି । ନୂଆ ଅର୍ଥମନ୍ତ୍ରୀଙ୍କ ଅଧିନରେ ପ୍ରଥମ ବଜେଟରେ କେଉଁ ସବୁ ଆର୍ଥିକ ଦିଗ ପାଇଁ ବ୍ୟୟବରାଦ ହେବ । ସେ ଉପରେ ରହିଛି ନିବେଶକଙ୍କ ଫୋକସ । ସେହିପରି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡୱାରରେ ବ୍ରେକ ଲାଗିବା ସଙ୍କେତ ପ୍ରଭାବ ମଧ୍ୟ ବଜାର ଉପରେ ପଡିବ ।

ABOUT THE AUTHOR

...view details