ଓଡିଶା

odisha

ETV Bharat / business

ଆମାଜନରେ ଯୋଡି ହେଲା 4 ନୂଆ ଭାଷା, ଅଧିକ ସେଲ ପାଇଁ ଲକ୍ଷ୍ୟ - Amazon.in ଗ୍ରାହକ ପାଇଁ ଖୁସି ଖବର

ଆମାଜନ ଇଣ୍ଡିଆରେ ଚାରୋଟି ଭାଷା କନ୍ନଡ, ମାଲାୟଲମ, ତେଲୁଗୁ ଓ ତାମିଲରେ ଏବେ ସପିଂ କରିବାର ସୁବିଧା ପାଇବେ ଅନ ଲାଇନ ଗ୍ରାହକ । ଅଧିକ ପଢନ୍ତୁ...

Amazon.in ରେ ଯୋଡି ହେଲା ନୂଆ 4ଟି ଭାଷା
Amazon.in ରେ ଯୋଡି ହେଲା ନୂଆ 4ଟି ଭାଷା

By

Published : Sep 23, 2020, 3:30 PM IST

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଦେଖି ଇ-କମର୍ସ କମ୍ପାନୀ ଆମାଜନର ବଡ ପଦକ୍ଷେପ । ଅଧିକରୁ ଅଧିକ ସେଲ କରିବାକୁ ଭାଙ୍ଗିଲା ଭାଷାଗତ ସମସ୍ୟା । ଆମାଜନ ଇଣ୍ଡିଆରେ ଚାରୋଟି ଭାଷା କନ୍ନଡ, ମାଲାୟଲମ, ତେଲୁଗୁ ଓ ତାମିଲରେ ଏବେ ସପିଂ କରିବାର ସୁବିଧା ପାଇବେ ଅନଲାଇନ ଗ୍ରାହକ ।

Amazon.in ଗ୍ରାହକ ଏଣିକି ନିଜ ଭାଷାରେ ନିଜ ମନ ପସନ୍ଦରେ ଜିନିଷ ବାଛି ପାରିବେ । ପ୍ରଡକ୍ଟ, ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଜାଣିପାରିବେ । ଖାଲି ସେତିକି ନୁହେଁ କେଉଁ ସ୍ଥାନରେ ଅର୍ଡର କରିବେ ଏହାର ପେମେଣ୍ଟ, ମନି ଟ୍ରାନ୍ସଫର, ଅର୍ଡର ଟ୍ରାକ, ରିଚାର୍ଜ ଆଦି ମଧ୍ୟ ଏହି ଚିରୋଟି ଭାଷାରେ କରାଯାଇପାରିବ । ଏହା ଦ୍ବାରା ଇଂରାଜୀ ବୁଝିପାରୁନଥିବା କିମ୍ବା ପଢୁନଥିବା ଗ୍ରାହକଙ୍କୁ ଆକୃଷ୍ଟ କରାଯାଇ ଅଧିକ ଅଧିକ ସେଲ କରାଯାଇପାରିବ ।

ଆମାଜନ ଗ୍ରାହକମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍, ମୋବାଇଲ୍ ଏବଂ ଡେସ୍କଟପ୍ ସାଇଟଗୁଡିକରେ କିଛି ସରଳ ପଦକ୍ଷେପରେ ସେମାନେ ନିଜ ପସନ୍ଦର ଭାଷା ଚୟନ କରିପାରିବେ ।

ଆମାଜନରେ ଏହି ଚାରୋଟି ଭାଷା ଯୋଡି ହେବା ପୂର୍ବରୁ 2018ରେ ହିନ୍ଦୀକୁ ବ୍ୟବହାର କରାଯାଇଥିଲା । ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ଛତିଶଗଡ, ଝାଡଖଣ୍ଡ, ତେଲେଙ୍ଗାନା, ହିମାଚଳ ପ୍ରଦେଶର ଲକ୍ଷାଧିକ ଆମାଜନ ଗ୍ରାହକ ଇଂରାଜୀ ବଦଳରେ ହିନ୍ଦୀକୁ ପରିବର୍ତ୍ତନ କରିଥିଲେ । ହିନ୍ଦୀ ସପିଂ ଦ୍ବାରା ଗତ ପାଞ୍ଚ ମାସ ମଧ୍ୟରେ ବ୍ୟବସାୟ ତିନି ଗୁଣ ବୃଦ୍ଧି ପାଇଛି ବୋଲି ଆମାଜନ ଇଣ୍ଡିଆ କହିଛି । ଆମାଜନ ଇଣ୍ଡିଆର ଗ୍ରାହକ ଅଭିଜ୍ଞତା ଏବଂ ମାର୍କେଟିଂ ନିର୍ଦ୍ଦେଶ କିଶୋର ଥୋଟା କହିଛନ୍ତି, ଗ୍ରାହକଙ୍କ ନିକଟରେ ସମସ୍ତ ସୁବିଧା ପହଞ୍ଚାଇବାକୁ ସସମସ୍ତ ପ୍ରକାର ପ୍ରୟାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details