ନୂଆଦିଲ୍ଲୀ: ବଜେଟ ପରେ ବଜାର ବେହାଲ । ନର୍ଭସ ହୋଇଗଲେ ନିବେଶକ । ବଜେଟରେ ବଜାରକୁ କିଛିଟା ଫାଇଦା ମିଳିଥିଲେ ବି ନିରାଶ ଥିଲେ ନିବେଶକ । ଇକ୍ୟୁଟି ଓ ମ୍ୟୁଚାଲ ଫଣ୍ଡ ନିବେଶ ଉପରେ କୌଣସି ଦୀର୍ଘମିଆଦୀ ପୁଞ୍ଜି ଲାଭ କ୍ଷେତ୍ରରେ ଆଶ୍ବସ୍ତି ମିଳିନଥିବା ଯୋଗୁଁ ଖସିଛି ସେୟାର ରେଖା । ଫଳରେ ଗୋଟିଏ ଦିନରେ ନିବେଶକଙ୍କୁ 2.22,580 କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।
ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 394.67 ପଏଣ୍ଟ 39,513.39 ତଳକୁ ହ୍ରାସ ପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 135.60 ପଏଣ୍ଟ ଖସି 11,811.15 ପଏଣ୍ଟରେ ବନ୍ଦ ହୋଇଛି ।
ବଜାରର ପ୍ରମୁଖ ସମସ୍ୟା କଞ୍ଜମ୍ପସନ, ଘରୋଇ ନିବେଶ, ଧୀମା ଏକ୍ସପୋର୍ଟ ଓ ଲିକ୍ୟୁଡିଟି ହ୍ରାସ । ଏସବୁ ଉପରେ ବଜେଟରେ କୌଣସି ବ୍ୟୟବରାଦ ନାହିଁ । ଏପଟେ ଆଗକୁ ମନସୁନ । ଏପରି ସମୟରେ ବଜାର ସ୍ଥିତି ସୁଧରିବା କଷ୍ଟକର । ତେବେ ବର୍ତ୍ତମାନ ନିଫ୍ଟି 12050ରେ ବନ୍ଦ ପଡିଛି ।
ଘରୋଇ ଅର୍ଥନୀତିକୁ ବଜେଟରେ ମିଳିନି କୌଣସି ବୁଷ୍ଟର । ଏ ନେଇ ନିର୍ମଳା କିଛି ରୋଡମ୍ୟାପ ତିଆରି କରିନଥିବା ଜଣାପଡିଛି । ଏଥିଯୋଗୁଁ ନିରାଶ ହୋଇଯାଇଛନ୍ତି ନିବେଶକ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସରକାରଙ୍କ ଏହି ଘୋଷଣାରେ ଟିସିଏସ, ବିପ୍ରୋ, ଡିମାର୍ଟ ଭଳି ବଡ କମ୍ପାନୀଙ୍କ ସମେତ 1174 ନାମୀଦାମୀ ସଂସ୍ଥାକୁ ମୋଟ 3.87 ଲକ୍ଷ କୋଟି ଟଙ୍କାର ସେୟାରଧାରୀ କମ କରିବାକୁ ପଡିବ ।
ବଜେଟରେ ବଜାର
- ସରକାରୀ ବ୍ୟାଙ୍କର ପୁନଃଉଦ୍ଧାର ପାଇଁ 70 ହଜାର କୋଟି ବଣ୍ଟନ
- ଲିଷ୍ଟେଡ କମ୍ପାନୀର ସର୍ବନିମ୍ନ ପବ୍ଲିକ ସେୟାର ହୋଲ୍ଡିଙ୍ଗ ସୀମା 25 ପ୍ରତିଶତରୁ ବଢି 35 ପ୍ରତିଶତ ରହିବାକୁ ଘୋଷଣା
- ବିଦେଶୀ ପୋର୍ଟକୋଲିୟୋ ନିବେଶକଙ୍କଙ୍କ ପାଇଁ କେୱାଇସି ନିୟମକୁ ସରଳ କରାଯିବ
- ରାଜକୋଷ ଘାଟା ଟାର୍ଗେଟ 3.3 ପ୍ରତିଶତ ରହିବ