ଓଡିଶା

odisha

By

Published : Apr 14, 2020, 6:30 PM IST

ETV Bharat / business

ଲକଡାଉନରେ ଅଣାୟତ ଅର୍ଥନୀତି, ଦେଶର 8 ଲକ୍ଷ କୋଟି କ୍ଷତି !

ମାର୍ଚ୍ଚ 25ରୁ ଆରମ୍ଭ ହୋଇଥିବା ଏହି 21 ଦିନିଆ ଲକଡାଉନ ଅବଧି ମଧ୍ୟରେ 70 ପ୍ରତିଶତ ଆର୍ଥିକ ଗତିବିଧି ଠପ ହୋଇପଡିଛି । ନିବେଶ, ଚାହିଦା, ଉପଯୋଗୀତା ସବୁ ଅଟକିଯାଇଛି । କେବଳ କୃଷି, ୟୁଟିଲିଟି ସେବା, ମତ୍ସ୍ୟଜୀବି ଓ ଜରୁର ଆର୍ଥିକ ଓ ସାର୍ବଜନୀନ ତଥା ଆଇଟି ସେବାକୁ ବାଦ ଦେଲେ ଆଉ ସବୁ ବନ୍ଦ ରହିଛି । ଏହାର ପ୍ରଭାବରେ ଅର୍ଥନୀତି ଗୁରୁତର ହୋଇପଡିଛି ।

worlds biggest lockdown may have cost rs 7 8 lakh cr to indian economy
ଲକଡାଉନରେ ଅଣାୟତ ଅର୍ଥନୀତି, 21 ଦିନରେ 8 ଲକ୍ଷ କୋଟି କ୍ଷତି !

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବାକୁ ଦେଶବ୍ୟାପୀ ଲକଡାଉନ ଜାରି । ଏଥିପାଇଁ ବହୁ ଶିଳ୍ପ, କଳକାରଖାନା, ବ୍ୟବସାୟ ବନ୍ଦ ହୋଇଥିଲା ବେଳେ ରେଳ ଓ ବିମାନ ସେବା ବାତିଲ ହୋଇଛି । ଯାନବାହାନ, ରପ୍ତାନୀ ଉପରେ କଟକଣା ଲାଗିଛି । ଏଥିଯୋଗୁଁ ଏହି 21 ଦିନରେ ଅର୍ଥନୀତିକୁ 7ରୁ 8 ଲକ୍ଷ କ୍ଷତି ହୋଇପାରେ ବୋଲି ଶିଳ୍ପ ବିଶେଷଜ୍ଞ ଓ ସଂସ୍ଥା ଆକଳନ କରିଛନ୍ତି ।

ମାର୍ଚ୍ଚ 25ରୁ ଆରମ୍ଭ ହୋଇଥିବା ଏହି 21 ଦିନିଆ ଲକଡାଉନ ଅବଧି ମଧ୍ୟରେ 70 ପ୍ରତିଶତ ଆର୍ଥିକ ଗତିବିଧି ଠପ ହୋଇପଡିଛି । ନିବେଶ, ଚାହିଦା, ଉପଯୋଗୀତା ସବୁ ଅଟକିଯାଇଛି । କେବଳ କୃଷି, ୟୁଟିଲିଟି ସେବା, ମତ୍ସ୍ୟଜୀବି ଓ ଜରୁର ଆର୍ଥିକ ଓ ସାର୍ବଜନୀନ ତଥା ଆଇଟି ସେବାକୁ ବାଦ ଦେଲେ ଆଉ ସବୁ ବନ୍ଦ ରହିଛି । ଏହାର ପ୍ରଭାବରେ ଅର୍ଥନୀତି ଗୁରୁତର ହୋଇପଡିଛି ।

ଏହି ମାସର ଆରମ୍ଭରେ ଏକ୍ୟୁଟ ରେଟିଙ୍ଗ ଏଜେନ୍ସି ଆଣ୍ଡ ରିସର୍ଚ୍ଚ ଲି.ନେ ନୁମାନ କରିଥିଲେ ଯେ, ଲକଡାଉନ ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରତିଦିନ 4.64 ଡଲାର(35,000 କୋଟିରୁ ଉର୍ଦ୍ଧ୍ବ) କ୍ଷତି ହେଉଛି । ଏଭଳି ଭାବେ କୋରାନା ମୁକାବିଲା ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ 98 ଅରବ ଡଲାର(7.5 ଲକ୍ଷ କୋଟି)ର କ୍ଷତି ସହିବାକୁ ପଡିବ ।

ପ୍ରକାଶ ଯେ, କୋରୋନା ସ୍ଥିତିର କୌଣସି ସୁଧାର ନଜର ଆସୁନଥିବାରୁ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଅବଧିକୁ ମେ 3 କୁ ବୃଦ୍ଧି କରିଛନ୍ତି ।

ତେବେ କୋରୋନା ଏଭଳି ସମୟରେ ଭାରତକୁ ଗ୍ରସିଛି, ଯେବେ ଅର୍ଥନୀତି ଧୀମେଇ ଧୀମେଇ ଟ୍ରାକକୁ ଫେରିବାକୁ ପ୍ରଚେଷ୍ଟା କରୁଥିଲା । ଯାହା କି ଏବେ କୋରୋନା ମାଡରେ ଚିତପତାଙ୍ଗ ହୋଇପଡିଛି ।

ଚଳିତ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧ ହ୍ରାସ ପ୍ରବଳ ହ୍ରାସ ପାଇବ ବୋଲି ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ ରିଚର୍ଚ୍ଚ କରିଛି । ଏହା ବ୍ୟତିତ ବହୁ ପ୍ରମୁଖ ରେଟିଙ୍ଗ ଏଜେନ୍ସି ଦେଶର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛନ୍ତି ।

ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ(ଏଆଇଏମଟିସି) ମହାସଚିବ ନବୀନ ଗୁପ୍ତା କହିଛନ୍ତି ଯେ, ଲକଡାଉନର ପ୍ରଥମ 15ଦିନରେ ଟ୍ରକର ଗୁଡିକୁ ପ୍ରାୟ 35,200 କୋଟି ଟଙ୍କାର କ୍ଷତି ହୋଇଛି । ଏହାକୁ ଦେଖିବାକୁ ଗଲେ ଦୈନିକ ପ୍ରାୟ 2200 କୋଟି ଟଙ୍କା ଧୋଇ ହୋଇଯାଇଛି

ସେହିପରି ଜାତୀୟ ରିଅଲ ଇଣ୍ଟେଟ ବିକାଶ ପରିଷଦ କହିଛି ଯେ, ରିଅଲ ଇଣ୍ଟେଚ କ୍ଷେତ୍ରରୁ ମୋଟ 1 ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏପରି ଭାବେ ରିଟେଲ ବ୍ୟବସାୟକୁ ବି ପ୍ରାୟ 2.1 କ୍ଷତି ହୋଇଛି ବୋଲି ସର୍ବଭାରତୀୟ ବ୍ୟବସାୟୀ ସଂଘ କହିଛି । ଦେଶରେ ଖୁଚୁରା କ୍ଷେତ୍ରରେ ପ୍ରାୟ 7 କୋଟି ଓ କ୍ଷୁଦ୍ର, ମଧ୍ୟମ ଓ ବଡ କାରବାରୀ ଅଛନ୍ତି ।

ସ୍ଥିତିକୁ ଅନୁଧ୍ୟାନ କରି ବହୁ ଅନ୍ତରାଷ୍ଟ୍ରୀୟ ଏନେନ୍ସି ମଧ୍ୟ 2020-21 ଆର୍ଥିକ ବର୍ଷ ପାଇଁ ଦେଶ ଅଭିବୃଦ୍ଧି ହାର ଅନୁମାନକୁ କମାଇଛନ୍ତି । ରବିବାର ବିଶ୍ବ ବ୍ୟାଙ୍କ କହିଛି ଯେ, ଦେଶର ଆର୍ଥିକ ବୃଦ୍ଧି ଦର 2020-21ରେ 1.5 ପ୍ରତିଶତରୁ 2.8 ପ୍ରତିଶତ ରହିପାରେ । 1991ରେ ଆର୍ଥିକ ସୁଧାର ପରେ ଏହା ସବୁଠୁ ବଡ ଧୀମା ଅଭିବୃଦ୍ଧି ଦର ହେବ ।

ପିଟିଆଇ

ABOUT THE AUTHOR

...view details