ଜେନିଭା: କୋରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ବିଫଳ ହେଉଥିବା ଯୋଗାଣ ଶୃଙ୍ଖଳା ବିଫଳତାକୁ ମୁକାବିଲାରେ ବ୍ଲକଚେନ ଟେକ୍ନୋଲୋଜି ସାହାଯ୍ୟ କରିପାରିବ । ଏଥିସହ ମାନ୍ଦାମୁହାଁ ଅର୍ଥନୀତିକୁ ପୁଣି ଟ୍ରାକକୁ ଫେରାଇ ଆଣିବାରେ ମଧ୍ୟ ବଡ ଜରିଆ ସାଜିବ ବୋଲି ମଙ୍ଗଳବାର ବିଶ୍ବ ଆର୍ଥିକ ମଞ୍ଚ ପକ୍ଷରୁ କୁହାଯାଇଛି ।
ଭବିଷ୍ୟତରେ ମହାମାରୀ ମୁକାବିଲା ପ୍ରସ୍ତୁତିରେ ଉନ୍ନତି ଆଣିବା ଏବଂ ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ଜେନିଭା ସ୍ଥିତ WEF ଏକ ବ୍ଲକଚେନ ନିୟୋଜିତ ‘ଟୁଲକିଟ’ ରିଲିଜ କରିଛି । ଯାହା ଭବିଷ୍ୟତରେ ମହାମାରୀ ସମ୍ବନ୍ଧୀୟ ପ୍ରସ୍ତୁତି ଓ କୋରୋନା ପରବର୍ତ୍ତୀ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସଙ୍ଗଠନର ସାହାଯ୍ୟ କରିବ । ଏହାର ଉଦ୍ଦେଶ୍ୟ ହେଉଛି ନେତାଙ୍କ ପ୍ରଯୁକ୍ତିବିଦ୍ୟା ବିପଦକୁ ଟାଳିବାରେ ସହଯୋଗ କରିବା ।
WEF ନିଜକୁ ସାର୍ବଜନୀକ-ଘରୋଇ ଭାଗିଦାରୀ ପାଇଁ ଏକ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ରୂପରେ ବର୍ଣ୍ଣିତ କରିଥାଏ । ଏହା ଦର୍ଶାଇଛି ଯେ, କୋରୋନା ଭାଇରସ ମହାମାରୀ ଭଳି ସଙ୍କଟ ନାଟକୀୟ ରୂପରେ ଯୋଗାଣ ଶୃଙ୍ଖଳାକୁ ସ୍ଥିର ରଖିବା ପାଇଁ ସରକାର ଓ ବ୍ୟବସାୟ ଉପରେ ଚାପ ବଢିଥାଏ ।
ବିୈଶ୍ବିକ ବ୍ୟାପାର ପ୍ରଣାଳୀ ଉପରେ କୋରୋନା ଭାଇରସ ପ୍ରକୋପ ଦ୍ବାରା ସୃଷ୍ଟି ହେଉଥିବା ଚାପ ଅନ୍ତରାଷ୍ଟ୍ରୀୟ ଯୋଗାଣ ଶୃଙ୍ଖଳାର ନମନୀତାକୁ ବଜାୟ ରଖିବା ଏବଂ ମଜବୁତ କରିବାକୁ ବିଶ୍ବ ସହଯୋଗର ଆବଶ୍ୟକତାକୁ ଦର୍ଶାଇଥାଏ ।
WEF କହିଛି ଯେ, ଯୋଗାଣ ଶୃଙ୍ଖଳରେ ନମନୀୟତା ବିଶ୍ୱାସ, ସ୍ୱଚ୍ଛତା ଏବଂ ଅଖଣ୍ଡତା ଉପରେ ନିର୍ଭର କରେ । ଯାହାକି ବ୍ଲକଚେନ ଟେକ୍ନୋଲୋଜିର ମାଧ୍ୟମରେ ଉନ୍ନତ ହୋଇପାରିବ ।