ନୂଆଦିଲ୍ଲୀ: ବ୍ୟାଙ୍କ ପଲିସି ହାର ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ଦରକାର, ଯାହାଦ୍ୱାରା ସୁଧ ଭାର କମ ହେବ । ଆଉ ଏନେଇ ଆମେ ସୁନିଶ୍ଚିତ କରିବୁ ବୋଲି କହି ଉଦ୍ୟୋଗ ଜଗତକୁ ଆଶ୍ବସ୍ତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦ୍ୟୋଗ ବୋର୍ଡ PHD ଚାମ୍ବର୍ସ ଅଫ କମର୍ସ ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ।
ଅର୍ଥମନ୍ତ୍ର ଭିଡିଓ କନଫରେନ୍ସିଂ ଜରିଆରେ ପିଏଚଡି ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (PHDCCI)ର ସଦସ୍ୟଙ୍କୁ ସମ୍ବୋଧିତ କରୁଥିଲେ । PHDCCI ଟ୍ବିଟରରେ ଲେଖିଛି କି, ଅର୍ଥମନ୍ତ୍ରଣାଳୟ ଆଶ୍ବସ୍ତି କରିଛି କି ସେ ବ୍ୟକ୍ତିଗତ ଭାବେ ଭାବେ ସୁନିଶ୍ଚିତ କରିବ କି ବ୍ୟାଙ୍କ ରିପୋର୍ଟ ଦର ହ୍ରାସର ଲାଭ ଯଥାଶୀଘ୍ର ଗ୍ରାହକଙ୍କୁ ଦେବ ।