ଓଡିଶା

odisha

ETV Bharat / business

ଭାରତକୁ ଆମେରିକାର ଧମକ, ତେଲ ଆମଦାନୀ ଉପରେ ଲଗାଇଲା କଟକଣା - oil

ଭାରତକୁ ଆମେରିକାର ଧମକ । ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲାରୁ ତେଲ ନ କିଣିବାକୁ ରୋକଠୋକ ଚେତାବନୀ ଦେଇଛି ଆମେରିକା ।

ଡିଜାଇନ ଫଟୋ

By

Published : Feb 14, 2019, 5:38 PM IST

ନୂଆଦିଲ୍ଲୀ: ଭାରତକୁ ଆମେରିକାର ଧମକ । ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲାରୁ ତେଲ ନ କିଣିବାକୁ ରୋକଠୋକ ଚେତାବନୀ ଦେଇଛି ଆମେରିକା । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଚଲାଇଛି ତୈଳ ଗୋଟି ।

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ସର୍ବବୃହତ୍ତ ତେଲ ଖଣି ରାଷ୍ଟ୍ର ଭେନେଜୁଏଲ । ହେଲେ ଏହି ରାଷ୍ଟ୍ରରୁ ତେଲ କିଣିବାକୁ ସମସ୍ତ ରାଷ୍ଟ୍ର ଉପରେ କଟକଣା ଲଗାଉଛି ଆମେରିକା । ଏ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲଟନ ଟ୍ବିଟ କରିଛନ୍ତି ଯେ, ଯଦି କୌଣସି ଦେଶ କିମ୍ବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଚୋରି(ଦେଶ ସମ୍ପତ୍ତି, ତେଲ)କୁ ସମର୍ଥନ କରିବେ, ତେବେ ଆମେରିକା ସେମାନଙ୍କୁ ଭୁଲିବ ନାହିଁ ।

ଏପରି ଘଡିସନ୍ଧି ମୁହୁର୍ତ୍ତରେ ଆମେରିକାର ଏହି ଟ୍ବିଟ ଭେନେଜୁଏଲା ସମେତ ସମସ୍ତ ରାଷ୍ଟ୍ର ପାଇଁ ଚିନ୍ତା ବଢାଇଦେଇଛି । କାରଣ ଭେନେଜୁଏଲର ଭଣ୍ଡାର କେବଳ ତେଲ ଦ୍ବାରା ଭରିଥାଏ । ହେଲେ ଆମେରିକାର ତାଗିଦ ପରେ ଏହି ଦେଶକୁ 20 ଅରବ ଡାଲାର କ୍ଷତି ସହିବାକୁ ପଡିଛି । ଫଳରେ ଦେଶର ଅର୍ଥନୀତି ବୁଡିବାକୁ ବସିଛି ।

ପ୍ରକାଶ ଥାଉ ଯେ, ଭେନେଜୁଏଲା ଭାରତକୁ ଅଧିକ ତେଲ ବିକ୍ରି କରିବାକୁ ଚାହୁଁଛି । ଏନେଇ ଖବର ପ୍ରସାରିତ ହେବା ପରେ ଆମେରିକା ଅସ୍ଥିର ହୋଇପଡି ସମସ୍ତ ଦେଶ ଉପରେ କଟକଣାର ପାହାଡ ଲଦି ଦେଇଛି ।

ଏଥିରେ ପ୍ରତିକ୍ରିୟା ଦେଇ ଭେନଜୁଏଲର ତେଳ ମନ୍ତ୍ରୀ ମାନୁଏଲ କୁଏଭେଡୋ କହିଛନ୍ତି ଯେ, ଭାରତ ସହିତ ସମ୍ପର୍କ ଜାରି ରହିଛି । ଏହି ପରିସରକୁ ଆମେ ଆଗକୁ ଆହୁରି ବଢାଇବୁ । ଭାରତ ସହ ଆମେ ଆମର କାରବାର ସୁଦୃଢ଼ କରିବାକୁ ଚାହୁଁଛୁ ।

ସୂଚନା ମୁତାବକ, ଭେନେଜୁଏଲା ପ୍ରତିଦିନ 15.7 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ । ସେହି ତେଲକୁ ଆମେରିକା, ଚୀନ ସମେତ ଭାରତ ଅଧିକ କିଣିଥାନ୍ତି । କିନ୍ତୁ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ରାଷ୍ଟ୍ରପତିତ୍ବକୁ ନାପସନ୍ଦ କରି ତାଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଏପରି ତେଲ କିଣା ପରେ ପ୍ରତିବନ୍ଧକ ଲଗାଇଛି ।

ଏପଟେ 2014 ପରଠାରୁ ଭେନେଜୁଏଲା ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି । ଏପରି ସ୍ଥିତିରେ ତେଲ ରପ୍ତାନୀ ନ ହେଲେ ରାଜସ୍ବ କେଉଁଠୁ ଆସିବ ବୋଲି ସମସ୍ୟା ଉପୁଜିଛି । ଅନ୍ୟପଟେ ତେଲ ଆମଦାନୀ ବନ୍ଦ କଲେ ଭାରତକୁ ମଧ୍ୟ ଅଧିକ କ୍ଷତି ହୋଇପାରେ ବୋଲି ଆଶଙ୍କା ରହିଛି । କାରଣ ଦେଶକୁ ଯୋଗାଣ କମିଲେ ତେଲ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତ ପୂର୍ବାନୁମାନ କରିପାରୁଛି ।


For All Latest Updates

ABOUT THE AUTHOR

...view details