ନୂଆଦିଲ୍ଲୀ: 2020 ପ୍ରଥମ ତ୍ରୟମାସ (ଜୁନ ଶେଷ ସୁଦ୍ଧା) ରେ ସରକାରଙ୍କ ଋଣ ବୋଝ ବୃଦ୍ଧି ପାଇ 101.3 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ 2020 ମାର୍ଚ୍ଚ ଶେଷରେ ଏହା 94.6 ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସାର୍ବଜନୀନ ଋଣ ଉପରେ ଜାରି ସଦ୍ୟ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।
ତଥ୍ୟ ଅନୁସାରେ 2019 ଜୁନ ଶେଷରେ ସରକାରଙ୍କ ଉପରେ 88.18 ଲକ୍ଷ କୋଟି ଟଙ୍କା ଋଣ ଭାର ରହିଥିଲା । ତେବେ ସାର୍ବଜନୀନ ଋଣ ପରିଚାଳନା ଉପରେ ଜାରି ତ୍ରୟମାସିକ ରିପୋର୍ଟ ମୁତାବକ 2020 ଜୁନ ଶେଷରେ ସରକାରଙ୍କ ମୋଟ ବକେୟାରେ ସାର୍ବଜନୀନ ଋଣ ଭାଗ 91.1 ପ୍ରତିଶତ ଅଛି ।