ଓଡିଶା

odisha

ETV Bharat / business

ପାକ୍‌ ମୁଣ୍ଡରେ ଚଡକ, ଲକ୍ଷେ ଟଙ୍କାକୁ 1 ଟ୍ରାକ୍ଟର ଟମାଟୋ - supply

ପୁଣି ପାକ୍‌କୁ ପଠାଯାଇଛି ଟମାଟୋ । ହେଲେ ଟ୍ରାନ୍ସପୋର୍ଟ ଖର୍ଚ୍ଚ 4 ଗୁଣା ବଢାଇ ଦିଆଯାଇଛି । ଯେଉଁଥିପାଇଁ ପାକିସ୍ତାନକୁ ଏବେ ଟ୍ରାକ୍ଟର ପିଛା ଟମାଟୋ ପାଇଁ ଗଣିବାକୁ ପଡୁଛି ଲକ୍ଷେ ଟଙ୍କା ।

ପ୍ରତିକାତ୍ମକ ଫଟୋ

By

Published : Mar 13, 2019, 12:24 PM IST

ନୂଆଦିଲ୍ଲୀ: ପାକ୍‌କୁ କନ୍ଦେଇ ଦେଲା ଟମାଟୋ । ଆକାଶଛୁଆ ଦର, ତାସାଙ୍ଗକୁ ଭାରତର ଆର୍ଥିକ ଆଟାକ । ପାକିସ୍ତାନୀଙ୍କ ହାଣ୍ଡିଶାଳକୁ ହୁଲସ୍ତୁଲ କରିରଖିଛି । କିଲୋ ପିଛା ଟମାଟୋ ଦର 200 । ଦର ବୃଦ୍ଧି ଚଡକରେ ଚିନ୍ତିତ ପାକିସ୍ତାନବାସୀ ।

ତେବେ ପରିସ୍ଥିତି ଶୀତଳ ପଡିବା ପରେ ପୁଣି ପାକ୍‌କୁ ପଠାଯାଇଛି ଟମାଟୋ । ହେଲେ ଟ୍ରାନ୍ସପୋର୍ଟ ଖର୍ଚ୍ଚ 4 ଗୁଣା ବଢାଇ ଦିଆଯାଇଛି । ଯେଉଁଥିପାଇଁ ପାକିସ୍ତାନକୁ ଏବେ ଟ୍ରାକ୍ଟର ପିଛା ଟମାଟୋ ପାଇଁ ଗଣିବାକୁ ପଡୁଛି ଲକ୍ଷେ ଟଙ୍କା । ପୂର୍ବରୁ ଏଥିପାଇଁ 25 ହଜାର ଟଙ୍କା ଦେବାକୁ ପଡୁଥିବା ।

ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ପାକ ସୁରକ୍ଷିତ ଭାବେ ଛାଡିବା ପରେ ଭାରତୀୟ ଥଣ୍ଡା ପଡିଛନ୍ତି । ହେଲେ ଏବେ ବି ମନରୁ ଲିଭିନି ପୁଲୱାମା ଆକ୍ରମଣର ପ୍ରତିଶୋଧ । ତେବେ ବାଣିଜ୍ୟିକ ଦୃଷ୍ଟିରୁ ଭାରତ ପାକକୁ ଟମାଟୋ ପଠାଇବା କାମ ଆରମ୍ଭ କରିଛି । କିନ୍ତୁ ଅଟାରୀ ରାସ୍ତା ବନ୍ଦ ଥିବା ଯୋଗୁଁ ଶ୍ରୀନଗର-ମୁଜାଫରବାଦ ରୁଟରେ ଦୈନିକ 15ରୁ 20 ଟ୍ରକ ଟମାଟୋ ପାକିସ୍ତାନକୁ ରପ୍ତାନୀ କରାଯାଉଛି । ଯାହାକି ଆଗରୁ 75ରୁ 100 ଟ୍ରକ କରାଯାଉଥିଲା ।

ତେବେ କାଶ୍ମୀରରେ ପ୍ରବେଶ ଉପରେ ଅତିରିକ୍ତ ଚାର୍ଜ ଲାଗିଥାଏ । ଏଥିଯୋଗୁଁ ଏବେ ଭାରତରୁ ଟମାଟୋ ନେବା ପାଇଁ ପାକିସ୍ତାନକୁ 4 ଗୁଣା ଅର୍ଥ ଭରିବାକୁ ପଡୁଛି ।

ଟମାଟୋ ଏକ୍ସପୋର୍ଟ ସଞ୍ଜୀବ କୁମାର ଆହୁଜା କହିଛନ୍ତି ଯେ, ପାକ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ପାଖାପାଖି ମାସେ ପର୍ଯ୍ୟନ୍ତ କାରବାର ବନ୍ଦ ରହିଥିଲା । ଏଥିଯୋଗୁଁ ଦିଲ୍ଲୀରେ ଟମାଟୋ କିଲୋ 25-30 ରହିଥିବାବେଳେ ପାକ ବଜାରରେ 180-200 ଟଙ୍କା ରହିଥିଲା । ଫଳରେ ଭାରତୀୟ ଚାଷୀ ଓ ବେପାରୀଙ୍କୁ ଭାରୀ ମାତ୍ରାରେ କ୍ଷତି ସହିବାକୁ ପଡୁଥିଲା । ଏଣୁ ଏବେ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଅଧିକ ପଡୁଥିଲେ ସୁଦ୍ଧା ପାକ ଟ୍ରେଡର୍ସ ଭାରତରୁ ଟମାଟୋ ଆମଦାନୀ ପାଇଁ ବାଧ୍ୟ ହେଉଛନ୍ତି ।

For All Latest Updates

ABOUT THE AUTHOR

...view details