ଓଡିଶା

odisha

ETV Bharat / business

2019 ନିର୍ବାଚନ: ସ୍ୟାହିରୁ ଏହି କମ୍ପାନୀ ପାଇବ 33 କୋଟି ଟଙ୍କା

ଭୋଟ ବେଳେ ବ୍ୟବହୃତ ସ୍ୟାହି ତିଆରି କରି କର୍ଣ୍ଣାଟକ ପାଇବାକୁ ଯାଉଛି 33 କୋଟି ଟଙ୍କାର ରାଜସ୍ବ ।

By

Published : Mar 16, 2019, 4:46 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ 11ରୁ ଲୋକସଭା ସାଧାରଣ ନିର୍ବାଚନ । ଚୟନ ହେବେ ଲୋକ ପ୍ରତିନିଧି । ପ୍ରସ୍ତୁତି ପାଇଁ ଚାରିଆଡେ ଚାଲିଛି ତତ୍ପରତା । ତେବେ ଭୋଟ ବେଳେ ବ୍ୟବହୃତ ସ୍ୟାହି ତିଆରି କରି କର୍ଣ୍ଣାଟକ ପାଇବାକୁ ଯାଉଛି 33 କୋଟି ଟଙ୍କାର ରାଜସ୍ବ ।

ମହିସୁରରେ କର୍ଣ୍ଣାଟକ ସରକାରଙ୍କ ଏକ ସ୍ୟାହି କମ୍ପାନୀ ରହିଛି । ମହିସୁର ପେଣ୍ଟସ ଆଣ୍ଡ ବିନିର୍ଷ ଲିମିଟେଡ ନାମକ ଏହି କମ୍ପାନୀ ବାଲଟ ଓ ଆମିଟ ସ୍ୟାହି ତିଆରି କରିଥାଏ । ଆଉ ଚଳିତ ବର୍ଷ ନିର୍ବାଚନ ପାଇଁ ମଧ୍ୟ ଏହି କମ୍ପାନୀକୁ ମିଳିବ 26 ଲକ୍ଷ୍ୟ ଟଙ୍କାର ଅର୍ଡର ।

ରିପୋର୍ଟ ଅନୁଯାୟୀ, କମ୍ପାନୀ ପ୍ରବନ୍ଧ ନିର୍ଦ୍ଦେଶକ ଡ. ଚନ୍ଦ୍ରେଶଖର ଦୋଦାମଦାନୀ କହିଛନ୍ତି ଯେ, ଚଳିତ ବର୍ଷ ମିଳିଥିବା ଏହି ଅର୍ଡରଟି 2014 ନିର୍ବାଚନ ତୁଳନାରେ 4.5 ଲକ୍ଷ୍ୟ ଅଧିକ ରହିଛି ।

ଦୀର୍ଘ 20 ବର୍ଷ ଧରି ଏହି କମ୍ପାନୀ ବିଶ୍ବର 30ରୁ ଅଧିକ ଦେଶକୁ ଆମିଟ ସ୍ୟାହିର ରପ୍ତାନୀ କରିଥାଏ । ଆର୍ଥିକ ବର୍ଷ 2016-17ରେ 5.5 ମିଲିୟନ, 2017-18ରେ 54 ମିଲିୟନ ଓ 2018-19ରେ ଏହି ସ୍ୟାହି ବିକ୍ରି ବୃଦ୍ଧି ପାଇ 156.6 ମିଲିୟନ ରହିଛି ।

For All Latest Updates

ABOUT THE AUTHOR

...view details