ଓଡିଶା

odisha

ETV Bharat / business

କମିଲା ଖୁଚୁରା ମୁଦ୍ରାସ୍ପୀତି, ବଢିଲା ଖାଉଟିଙ୍କ ସଞ୍ଚୟ - price

କ୍ରମାଗତ ଭାବେ କମିଚାଲିଛି ଦର ବୃଦ୍ଧି ତାତି । ନୂଆବର୍ଷର ପ୍ରଥମ ମାସ ଖାଉଟିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ପନିପରିବା-ଫଳ ଓ ଅଣ୍ଡା ସାଙ୍ଗକୁ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି ହ୍ରାସ ବଢାଇଦେଇଛି ଖାଉଟିଙ୍କ ସଞ୍ଚୟ ।

ଡିଜାଇନ ଫଟୋ

By

Published : Feb 13, 2019, 5:07 PM IST

ନୂଆଦିଲ୍ଲୀ: କ୍ରମାଗତ ଭାବେ କମିଚାଲିଛି ଦର ବୃଦ୍ଧି ତାତି । ନୂଆବର୍ଷର ପ୍ରଥମ ମାସ ଖାଉଟିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ପନିପରିବା-ଫଳ ଓ ଅଣ୍ଡା ସାଙ୍ଗକୁ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି ହ୍ରାସ ବଢାଇଦେଇଛି ଖାଉଟିଙ୍କ ସଞ୍ଚୟ । 2019 ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ତଳମୁହାଁ ହୋଇ ବିଗତ ଦେଢ ବର୍ଷର ରେକର୍ଡ ଭାଙ୍ଗିଛି ।

ଚଳିତ ବର୍ଷ ପ୍ରଥମ ମାସରେ ମୁଦ୍ରାସ୍ପୀତି ଆଧାରିତ ଉପଭୋକ୍ତା ମୂଲ୍ୟ ସୂଚୀ(ସିପିଆଇ) ହ୍ରାସ ପାଇ 2.05 ପ୍ରତିଶତକୁ ଖସିଛି, ଯାହାକି 19ମାସରେ ସର୍ବନିମ୍ନ ରେକର୍ଡ କରିଛି । ଡିସେମ୍ବରରେ ଏହି ଦର 2.19 ପ୍ରତିଶତ ରହିଥିଲା । ସେହିପରି 2018 ଜାନୁଆରୀରେ ଏହି ହାର 5.07 ରହିଥିଲା । ଏନେଇ ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ଚଳିତ ବର୍ଷ ପନିପରିବା, ଫଳ ଓ ଅଣ୍ଡା ଦାମ ଲଗାତାର କମି ଯଥାକ୍ରମେ 13.32, 4.8, 2.44 ପ୍ରତିଶତରେ ପହଞ୍ଚିଛି । ଏହା ବ୍ୟତୀତ ଇନ୍ଧନ ଓ ଆଲୋକ ମୁଦ୍ରାସ୍ପୀତି କମି 2.2 ପ୍ରତିଶତରେ ପହଞ୍ଚିଛି । ଯାହା 2018 ଡିସେମ୍ବରରେ 4.5 ପ୍ରତିଶତରେ ରହିଥିଲା । ଏଥିଯାଗୁଁ ଚଳିତ ବର୍ଷ ଆରମ୍ଭରୁ ଖୁଚୁରା ମୁଦ୍ରାସ୍ପୀତି ବ୍ୟାପକ ମାତ୍ରାରେ ହ୍ରାସ ପାଇ ଖାଉଟିଙ୍କ ସଞ୍ଚୟ ବଢାଇଦେଇଛି ।

ସିପିଆଇ କଣ

ସିପିଆଇ ଅର୍ଥାତ ଉପଭୋକ୍ତା ମୂଲ୍ୟ ସୂଚୀ । ଯେଉଁଥିରେ ଖାଉଟି ମୁଲ୍ୟ ସୂଚୀ ଜଡିତ ରହିଥାଏ । ଯାହାକି ସାଧାରଣ ଜନତାଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଥାଏ । ଏହାକୁ ଖୁଚୁରା ମୁଦ୍ରାସ୍ପୀତି(ମହଙ୍ଗା ଦର)କୁ ନେଇ ଆକଳନ କରାଯାଇଥାଏ ।

For All Latest Updates

ABOUT THE AUTHOR

...view details