ନୂଆଦିଲ୍ଲୀ: 7.4 ନୁହେଁ ବରଂ 7.2 ପ୍ରତିଶତ ରହିବ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ଦର। ବର୍ତ୍ତମାନର ସମସ୍ତ ଆର୍ଥିକ ସ୍ଥିତିକୁ ନଜରରେ ରଖି ଗୁରୁବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ସୂଚନା ଦେଇଛନ୍ତି।
ଅଭିବୃଦ୍ଧି ଆକଳନ କମାଇଲା ଆରବିଆଇ - forecast
2019- 20 ଆର୍ଥିକ ବର୍ଷର ଜିଡିପି(ମୋଟ ଘରୋଇ ଉତ୍ପାଦ)ହାର 7.2 ପ୍ରତିଶତ ରହିବ । ତିନିଦିନିଆ ସମୀକ୍ଷା ପରେ କମିଟି ପକ୍ଷରୁ ଗୁରୁବାର ଜାରି ହୋଇଥିବା ଦସ୍ତାବିଜରେ ଜିଡିପି(ମୋଟ ଘରୋଇ ଉତ୍ପାଦ) ହିସାବ ଦିଆଯାଇଛି ।
2019- 20 ଆର୍ଥିକ ବର୍ଷର ଜିଡିପି(ମୋଟ ଘରୋଇ ଉତ୍ପାଦ)ହାର 7.2 ପ୍ରତିଶତ ରହିବ। ତିନିଦିନିଆ ସମୀକ୍ଷା ପରେ କମିଟି ପକ୍ଷରୁ ଗୁରୁବାର ଜାରି ହୋଇଥିବା ଦସ୍ତାବିଜରେ ଜିଡିପି(ମୋଟ ଘରୋଇ ଉତ୍ପାଦ) ହିସାବ ଦିଆଯାଇଛି । ଏଥିରେ ପ୍ରଥମ 6 ମାସରେ 6.8 ରୁ 7.1 ପ୍ରତିଶତ ଓ ଦ୍ବିତୀୟ 6 ମାସରେ 7.3-7.4 ପ୍ରତିଶତ ବିକାଶ ଦର ରହିବା ନେଇ ମୁଦ୍ରାନୀତି କମିଟି ଜଣାଇଛି ।
ପ୍ରକାଶ ଥାଉକି, ଫେବୃଆରୀରେ ଶକ୍ତିକାନ୍ତଙ୍କ ପ୍ରଥମ ମୁଦ୍ରାନୀତି ବୈଠକରେ ଜିଡିପି ଆନୁମାନ 7.4 ପ୍ରତିଶତ ରଖାଯାଇଥିଲା। ଯାହାକି କେନ୍ଦ୍ରୀୟ ପରିସଂଖ୍ୟନ କାର୍ଯ୍ୟାଳୟ (ସିଏସି)ର ଅନୁମାନଠାରୁ ସାମନ୍ୟ ଉପରକୁ ଯାଇ କମିଟି ରଖିଥିଲା। ତେବେ ଘରୋଇ ନିବେଶରେ ହ୍ରାସ ଓ ଉତ୍ପାଦନ ଓ ଆମଦାନୀ ଓ କ୍ୟାପିଟାଲ ସାମଗ୍ରୀ କ୍ଷେତ୍ରରେ ଏତେଟା ଭଲ ପ୍ରଦର୍ଶନ ରହିନଥିବା ଯୋଗୁଁ ଅଭିବୃଦ୍ଧି କମିବା ନେଇ କୁହାଯାଇଛି ।