ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶେଷ ହୋଇଛି । ତିନି ଧରି ଚାଲିଥିବା ଏହି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ରିଜର୍ଭ ବ୍ୟାଙ୍କର ରିପୋ ରେଟକୁ 4 ପ୍ରତିଶତ ଓ ରିଜର୍ଭ ରେପୋ ରେଟ 3.35 ପ୍ରତିଶତ ରହିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଆଜି ସକାଳ 10 ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଥିଲେ । ଏପ୍ରିଲ 5 ତାରିଖରୁ ଆରମ୍ଭ ହୋଇଥିଲା ମୁଦ୍ରା ନୀତି କମିଟି ବୈଠକ । ଅଭିବୃଦ୍ଧି ସ୍ଥିର ନ ହେବା ପର୍ଯ୍ୟନ୍ତ ରେପୋରେଟ ଅପରିବର୍ତ୍ତିତ ରହିବ ବୋଲି ବୋଲି ଶକ୍ତିକାନ୍ତ କହିଛନ୍ତି । ଏହା ଦ୍ବାରା ଘରର ଇଏମଆଇ ଓ ଅଟୋ ଲୋନରେ ସୁଧ ହାର ସମାନ ରହିବ ।