ନୂଆଦିଲ୍ଲୀ:କ୍ରମାଗତ ସପ୍ତମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୁଧ ହାର ଅପରିବର୍ତ୍ତିତ ରଖିଛି । ରେପୋ ରେଟ ୪ ପ୍ରତିଶତ ଓ ରିଜର୍ସ ରେପୋରେଟ ୩.୩୫ରେ ଅପରିବର୍ତ୍ତତ ରଖିଛି ଆରବିଆଇ । ଏହାକୁ ମିଶାଇ ଆଗରୁ ୬ଥର ସୁଧହାର ସ୍ଥିର ରଖାଯାଇଛି ।
କୋରୋନାର ଦ୍ୱିତୀୟ ଲହର ଯଦିଓ କ୍ରମଶଃ ଦୁର୍ବଳ ହେଉଛି ହେଲେ ତୃତୀୟ ଲହରର ଆଶଙ୍କା ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଦେଶର ସର୍ବୋଚ୍ଚ ବ୍ୟାଙ୍କ ଏକ ଆବଶ୍ୟକତା ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି । ସେ ଆହୁରି କହିଛନ୍ତି କୋରୋନାର ଦ୍ବିତୀୟ ଲହରରେ ଦେଶର ଅର୍ଥନୀତିରେ ସୁଧାର ଆସିଥିବାରୁ ଅଭିବୃଦ୍ଧିକୁ ପ୍ରାଥମିକତା ଦେବା ସହିତ ଅର୍ଥନୀତିରେ ଉପୁଜିଥିବା ସମ୍ୟାକୁ ଦୂର କରିବାକୁ ଏହି ପଦକ୍ଷେପ ନିଆଯାଇଛି ।