ଓଡିଶା

odisha

ETV Bharat / business

ହିନ୍ଦୁସ୍ତାନ ୟୁନିଲିଭରକୁ ରାମଦେବଙ୍କ କଡା ଭତ୍ସନା

କୁମ୍ଭମେଳାକୁ ନେଇ ବର୍ଣ୍ଣିତ ହୋଇଥିବା କମ୍ପାନୀର ଏକ ଚା’ ବିଜ୍ଞାପନକୁ ନେଇ ବର୍ଷିଛନ୍ତି ରାମଦେବ । ଏଚୟୁଏଲ ଭାରତୀୟ ସଂସ୍କୃତିକୁ ଉପହାସ କରୁଥିବା ନେଇ ରାମଦେବ ଟ୍ୱିଟ କରିଛନ୍ତି ।

By

Published : Mar 9, 2019, 11:43 PM IST

ଫଟୋ ସୌଜନ୍ୟ-ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଯୋଗ ଗୁରୁ ତଥା ପତଞ୍ଜଳୀ ପ୍ରତିଷ୍ଠାତା ବାବା ରାମଦେବଙ୍କ ଟାର୍ଗେଟରେ ମଲ୍ଟିନ୍ୟାସନାଲ କମ୍ପାନୀ ହିନ୍ଦୁସ୍ତାନ ଲିଭର (HUL)। କୁମ୍ଭମେଳାକୁ ନେଇ ବର୍ଣ୍ଣିତ ହୋଇଥିବା କମ୍ପାନୀର ଏକ ଚା’ ବିଜ୍ଞାପନକୁ ନେଇ ବର୍ଷିଛନ୍ତି ରାମଦେବ । ଏଚୟୁଏଲ ଭାରତୀୟ ସଂସ୍କୃତିକୁ ଉପହାସ କରୁଥିବା ନେଇ ରାମଦେବ ଟ୍ୱିଟ କରିଛନ୍ତି ।

ରାମଦେବ ଟ୍ୱିଟ କରି କହିଛନ୍ତି ଯେ, ମୋର MNCs (ମଲ୍ଟି ନ୍ୟସନାଲ କମ୍ପାନୀ) ସିଧା ପ୍ରଶ୍ନ ଯେ, ଭାରତର ଆର୍ଥିକ ଓ ସଂସ୍କୃତିକ ବିକାଶରେ ସେମାନଙ୍କ କଣ ଯୋଗଦାନ ରହିଛି । ସେମାନଙ୍କ ଔକାତ କଣ ? ଯେ ସେମାନେ ଭାରତର ଗୌରବଶାଳୀ ସଂସ୍କୃତି ବିଷୟରେ ଭଲ ଟିପ୍ପଣୀ ଦେବେ ? କଣ ଏମାନଙ୍କ ପାଇଁ ଭାରତ ବଜାର କେବଳ ଲୁଟର ମାଧ୍ୟମ ?

ଏଥିସହ #BoycottHindustanUnilever #BoycottHULproducts ଟ୍ୟାଗ ରହିଛି । ଅର୍ଥାତ ବହୁ ରାଷ୍ଟ୍ରୀୟ ବିଦେଶୀ କମ୍ପାନୀ ଏଚୟୁଏଲକୁ ଏକଘରିଆ (ବୟକଟ) କରିବାକୁ ମଧ୍ୟ ରାମଦେବ ପ୍ରତ୍ୟକ୍ଷ ଭାବେ କହିଛନ୍ତି ।

ପ୍ରକାଶ ଥାଉ ଯେ, ରେଡ ଲେବଲ' ବ୍ରାଣ୍ଡକୁ ନେଇ ଏଚୟୁଏଲ ଏକ ବିଜ୍ଞାପନ ଜାରି କରିଛି । ଯାହାକି କୁମ୍ଭମେଳା ଉପରେ ଆଧାରିତ ରହିଛି । ଏଥିରେ ଜଣେ ପୁଅ ନିଜ ବାପାଙ୍କୁ ଭିଡ ଭିତରେ ଛାଡି ପଳାଉଛନ୍ତି । ପରେ ପୁଣି ସେହି ପୁଅ ନିଜ ଭୁଲର ଅନୁତାପ କରି ପୁଣି ବାପା ପାଖକୁ ଫେରିଆସୁଛି । ଏପଟେ ବାପା ପୁଅ ଆସିବ ବୋଲି ହୃଦୟଙ୍ଗମ କରିପାରି 2 କପ ଚା ଅର୍ଡର କରିଥିଲା ।


ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁ ଆଲୋଚନା ହୋଇଛି । ଏଥିରେ ପ୍ରତିକ୍ରିୟା ରଖି ଏଚୟୁଏଲ ଟ୍ବିଟ କରି ଜଣାଇଛି ଯେ, "@RedLabelChai ଆମକୁ ସେହି ସବୁ ଲୋକଙ୍କ ହାତ ଧରିବା ପାଇଁ ପ୍ରୋତ୍ସାହିତ କରିଛି , ଯେଉଁମାନେ ଆମକୁ ତିଆରି କରିଛନ୍ତି ।


For All Latest Updates

ABOUT THE AUTHOR

...view details