ନୂଆଦିଲ୍ଲୀ: ବିସ୍ଫୋରଣରେ ଭଙ୍ଗିଲା ମୋଦିଙ୍କ ବିଶାଳ ବଙ୍ଗଳା । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା କାମ । ସ୍ବତନ୍ତ୍ର ଟେକ୍ନୋଲୋଜି ଟିମ ଆସି ବିସ୍ଫୋରଣ କରି ବଙ୍ଗଳାର ପୋଲ ଗୁଡିକୁ ଭାଙ୍ଗିବାକୁ ଲାଗିପଡିଥିଲେ । ନ୍ୟୁଜ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି ।
ନୀରବଙ୍କୁ ଝଟକା, 5 ସେକେଣ୍ଡରେ 100 କୋଟିର ବଙ୍ଗଳା ଧ୍ୱଂସ - Nirav Modi
ବିସ୍ଫୋରଣରେ ଭଙ୍ଗିଲା ମୋଦିଙ୍କ ବିଶାଳ ବଙ୍ଗଳା । ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା କାମ । ସ୍ବତନ୍ତ୍ର ଟେକ୍ନୋଲୋଜି ଟିମ ଆସି ବିସ୍ଫୋରଣ କରି ବଙ୍ଗଳାର ପୋଲ ଗୁଡିକୁ ଭାଙ୍ଗିବାକୁ ଲାଗିପଡିଥିଲେ ।
ନୀରବ ମୋଦିଙ୍କ 100 କୋଟିର ଏହି ବଙ୍ଗଳାଟି ଏତେ ମଜବୁତ କି , ତାହାକୁ ଜେସିବି ମେସିନ ମଧ୍ୟ ଭାଙ୍ଗି ପାରୁନାହିଁ । ଏଥିଯୋଗୁଁ ଜାନୁଆରୀ ମାସ ଶେଷ ସପ୍ତାହରେ ବଙ୍ଗଳା ଭାଙ୍ଗିବା କାମ ସଫଳ ହୋଇପାରିନଥିଲା । ଏଣୁ ଏହାକୁ ବ୍ଲାଷ୍ଟ କରି ଧ୍ବଂସ କରାଯିବ ବୋଲି ରାୟଗଡ଼ ଜିଲ୍ଲାପାଳ ବିଜୟ ସ୍ବର୍ଯ୍ୟବଂଶୀ ସୂଚନା ଦେଇଥିଲେ ।
ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ମୁମ୍ବାଇର ଆଲିବାଗରେ 20ହଜାର ବର୍ଗଫୁଟ ପରିସର ମଧ୍ୟରେ ଏକ ବିଳାସମୟ ବଙ୍ଗଳା ରହିଥିଲା । ହେଲେ ଏହି ବଙ୍ଗଳା ବେଆଇନ ଭାବେ ନିର୍ମାଣ କରାଯାଇଥିବା ନେଇ ସରକାରୀ ସୁତ୍ରରୁ ଜଣାପଡିଥିଲା । ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ପକ୍ଷରୁ ବଙ୍ଗଳାକୁ ବେଆଇନ ବୋଲି ଘୋଷିତ କରାଯାଇଥିଲା । ଏହି ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଙ୍ଗଳାର ବହୁ ମୂଲ୍ୟବାନ ସାମଗ୍ରୀକୁ ବାହାର କରି ଜିଲ୍ଲାପାଳଙ୍କ ଅଫିସରେ ରଖିଦିଆଯାଇଛି ।