ଓଡିଶା

odisha

ETV Bharat / business

2020 ଅର୍ଥନୀତି, ଜାଣନ୍ତୁ କିପରି ରହିବ ଏମଏସଏମଇ ସେକ୍ଟର ?

ସରିଲା 2019 । ଏବେ 2020 ଉପରେ ନଜର । ବିଶେଷ କରି ଦେଶର ମେରୁଦଣ୍ଡ ଅର୍ଥନୀତି ସୁଦୃଢ କିପରି ହେବ ସେ ଉପରେ ରହିଛି ଫୋକସ । ତେବେ ଆଗାମୀ ବର୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି ।

msme sector poised for mega transformation in 2020
2020ଅର୍ଥନୀତି , ମଜବୁତ ହେବ ଏମଏସଏମଇ ସେକ୍ଟର

By

Published : Dec 31, 2019, 6:47 PM IST

ନୂଆଦିଲ୍ଲୀ: ସରିଲା 2019 । ଏବେ 2020 ଉପରେ ନଜର । ବିଶେଷ କରି ଦେଶର ମେରୁଦଣ୍ଡ ଅର୍ଥନୀତି ସୁଦୃଢ କିପରି ହେବ ସେ ଉପରେ ରହିଛି ଫୋକସ । ତେବେ ଆଗାମୀ ବର୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି ।

ଅଲିବାବା ଭଳି ଇ-ମାର୍କେଟପ୍ଲେସ, ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଖଦି ଉତ୍ପାଦନ ଓ ଉଦୌଗକୁ ଡିଜିଟାଲ ଡାଟା ଆଧାରିତ ରେଟିଂ ଆଦି ଋଣ ସୁବିଧା ଭଳି ବହୁ ପରିବର୍ତ୍ତନ କରାଯିବ ।

ଦେଶର ଅର୍ଥବ୍ୟବସ୍ଥାରେ ଏମଏସଏମଇ କ୍ଷେତ୍ରର ବଡ ଯୋଗଦାନ ରହିଛି । ଏଣୁ ଏହି କ୍ଷେତ୍ରକୁ ପ୍ରୋତ୍ସାହିତ ପାଇଁ ଋଣ ସୁବିଧାରେ ସୁଧାର ଓ ନୀତିଗତ ହସ୍ତକ୍ଷେପ ଦାବି ଉଠୁଛି । ଏହି କ୍ଷେତ୍ରରେ କାରବାର ସୁଗମତା ସ୍ଥିତିରେ ସୁଧାର ତଥା ଉନ୍ନତ ବୈଷୟିକ ଦ୍ବାରା ରୋଜଗାରର ନୂଆ ଅବସର ସୃଷ୍ଟି ହେବ । ଏହା ଦ୍ବାରା ଆମଦାନୀ ଆବଶ୍ୟକତାକୁ କମ କରାଯାଇପାରିବ ।


ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ଏମଏସଏମଇ କ୍ଷେତ୍ରର ଯୋଗଦାନ 29 ପ୍ରତିଶତ ଅଛି । ଯେତେବେଳେ କି ଦେଶର ରପ୍ତାନୀରେ ଏହି କ୍ଷେତ୍ରର ଭାଗୀଦାରୀ 48 ପ୍ରତିଶତ ରହିଛି । କେନ୍ଦ୍ର ସରକାର 2024 ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାକୁ 5 ଲକ୍ଷ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଏପରି ସ୍ଥିତିରେ କେନ୍ଦ୍ରର ଆଶା ରହିଛି ଯେ, ଏଥିରେ ଏମଏସଏମଇ କ୍ଷେତ୍ରର ଅଂଶଧନ 2000 ଅରବ ଡଲାର ରହିବ ।

ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧିନସ୍ଥ ଏମଏସଏମଇ ମନ୍ତ୍ରାଣଳୟ ଏହି ସମୟରେ 5 କୋଟି ଅତିରିକ୍ତ ରୋଜଗାର ଅବସର ସୃଷ୍ଟି ଲକ୍ଷ୍ୟ ମଧ୍ୟ ରଖିଛି । ଏହି 2 ମହତ୍ବକାଂକ୍ଷୀ ଲକ୍ଷ୍ୟକୁ ହାସଲ ପାଇଁ ଏକ ଦୃଢ ରଣନୀତି ଦରକାର । ତେବେ ଏମଏସଏମଇ ସେକ୍ଟରକୁ ଶସ୍ତା ଋଣ ଉପଲବ୍ଧ କରିବା ଆଜି ମଧ୍ୟ ବଡ ଚ୍ୟାଲେଞ୍ଜ ।

ନିକଟରେ ଗଡକରୀ କହିଛନ୍ତି ଯେ, ସରକାର ଶୀଘ୍ର ଏମଏସଏମଇର ପରିଭାଷାକୁ ପରିବର୍ତ୍ତନ ତଥା ଅନ୍ତିମ ରୂପ ଦେବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି କ୍ଷେତ୍ର ପାଇଁ ଏକ ବଡ ସୁଧାର ହେବ । ଏମଏସଏମଇକୁ plant and machineryରେ ନିବେଶ ବଦଳରେ ବାର୍ଷିକ କାରବାର ଆଧାରରେ ବର୍ଗିକୃତ କରିବା ଦ୍ବାରା କାରବାର ସୁଗମତା ସ୍ଥିତିରେ ମଧ୍ୟ ଭଲ ହୋଇପାରିବ ।

ABOUT THE AUTHOR

...view details