ନୂଆଦିଲ୍ଲୀ: ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ପ୍ରକୋପ ଯଦିଓ ଏବେ ସୁଦ୍ଧା ବୈଶ୍ବିକ ଖାଦ୍ୟ ଯୋଗାଣ ଉପରେ ଦେଖିବାକୁ ମିଳିନି, ହେଲେ ଶୀଘ୍ର ଏହା ପ୍ରଭାବିତ ହୋଇପାରେ ।
ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫପି) ଏକ ନୂଆ ରିପୋର୍ଟରେ କହିଛି ଯେ, କୋଭିଡ-19 ବିଶ୍ବର ସବୁଠୁ ଗରିବଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ତେବେ ବିଶ୍ବ ବଜାର ଧାନ ଭରି ପଡିଛି । ଆଉର ଦାମ ବି ସମ୍ଭବତ କମ ରହିଛି । ଏଣୁ ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣକୁ ବିଶ୍ବ ସ୍ତରରେ ଦେଖିବାକୁ ଗଲେ ଏହି ସାମଗ୍ରୀକୁ ବିଶ୍ବର ‘ବ୍ରେଡବାରକେଟ’ (ଉତ୍ପାଦନର ମୁଖ୍ୟ କେନ୍ଦ୍ର)ରୁ ବାହାର କରି ସେହି ସ୍ଥାନରେ ପହଞ୍ଚିବା ଦରକାର, ଯେଉଁଠି ଏହାର ଆବଶ୍ୟକତା ଅଧିକ ରହିଛି ।