ଓଡିଶା

odisha

ETV Bharat / business

ପୁଣି ଥରେ ସରକାରଙ୍କୁ ଚିଠି ଲେଖିଲେ ଜେଟ କର୍ମଚାରୀ - President

ପୁଣି ଥରେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଜେଟ ଏୟାରୱେଜ କର୍ମଚାରୀ । ବକେୟା ବେତନ ପାଇଁ ଏମାର୍ଜନ୍ସି ଫଣ୍ଡିଙ୍ଗ ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କର୍ମଚାରୀ ।

ଫଟୋ ସୌଜନ୍ୟ- ଟ୍ବିଟର

By

Published : Apr 20, 2019, 8:25 PM IST

ନୂଆଦିଲ୍ଲୀ: ପୁଣି ଥରେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଜେଟ ଏୟାରୱେଜ କର୍ମଚାରୀ । ବକେୟା ବେତନ ପାଇଁ ଏମାର୍ଜନ୍ସି ଫଣ୍ଡିଙ୍ଗ ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କର୍ମଚାରୀ । ଏପେଟ ଶନିବାର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ସ୍ଥିତି ଯାଞ୍ଚ କରି ସଚିବଙ୍କ ସହ ଆଲୋଚନା କରିଛନ୍ତି ।

ବିଗତ 3 ମାସର ଦରମା ଏ ଯାଏଁ ମିଳିନି । କମ୍ପାନୀ ବନ୍ଦ ହେବା ଯୋଗୁଁ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତାରେ ରହିଛି । ହତାଶ ହୋଇ 22 ହଜାର କର୍ମଚାରୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିଛି । ଏଥିଲାଗି ସରକାର କିଛି ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି କର୍ମଚାରୀ ।

ଦେଶର ବୃହତ ବିମାନ କମ୍ପାନୀରେ ତାଲା ପଡିବା ଯୋଗୁଁ ବିମାନ ସମସ୍ୟା ଦେଖାଦେବା ସହ ଭଡା ଆକାଶଛୁଆଁ ହେଲାଣି । ଏଥିପାଇଁ ଯାତ୍ରୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏକ ବୈଠକ ଡକାଯାଇ ଏ ସମ୍ବନ୍ଧରେ ଚର୍ଚ୍ଚା ହୋଇଥିବା ନେଇ ସୁରେଶ ପ୍ରଭୁ ଟ୍ବିଟ କରି କହିଛନ୍ତି ।


ପ୍ରକାଶ ଥାଉ ଯେ, ଏହା ପୂର୍ବରୁ ସୋସାଇଟ ଫର ୱାଲଫର ଅଫ ଇଣ୍ଡିଆନ ପାଇଲଟ(ଏସଡବ୍ଲୁଆଇପୀ) ମଧ୍ୟ ପିଏମଙ୍କୁ ଚିଠି ଲେଖି ସାହାଯ୍ୟ ମାଗିଛନ୍ତି । ଏଥିସହ ଜେଟ ଏୟାରକ୍ରାଫ୍ଟ ମେଣ୍ଟେନେସ ଇଞ୍ଜିନିୟରିଙ୍ଗ ୱେଲଫର ଆସୋସିଏସନ(ଜେଏଏମଇଡବ୍ଲୁୟୁଏ) ମଧ୍ୟ ବକେୟା ଦେବାକୁ ସରକାରଙ୍କୁ ଅନୁରୋଧ କରିଛି ।

ABOUT THE AUTHOR

...view details