ଓଡିଶା

odisha

By

Published : Feb 19, 2021, 10:06 PM IST

ETV Bharat / business

ଶକ୍ତ ଚଡକ: ଲଗାତାର ଖସୁଛି ବିଦେଶୀ ମୁଦ୍ରା ଭଣ୍ଡାର

ଫେବୃଆରୀ 12 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 24.9 କୋଟି ଡଲାର ହ୍ରାସ ହୋଇ 583.697 ଅରବ ଡଲାର ରହିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ତଥ୍ୟରେ ଏ ନେଇ ସୂଚନା ଦେଇଛି ।

ଶକ୍ତ ଚଡକ: ଲଗାତାର ଖସୁଛି  ବିଦେଶୀ ମୁଦ୍ରା ଭଣ୍ଡାର
ଶକ୍ତ ଚଡକ: ଲଗାତାର ଖସୁଛି ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ହ୍ରାସ ହେଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଫେବୃଆରୀ 12 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 24.9 କୋଟି ଡଲାର ହ୍ରାସ ହୋଇ 583.697 ଅରବ ଡଲାର ରହିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ତଥ୍ୟରେ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 6.24 ଅରବ ଡଲାର କମି 583.945 ଅରବ ଡଲାର ରହିଯାଇଥିଲା । 2021 ଜାନୁଆରୀ 29 ରେ ସମାପ୍ତ ସପ୍ତାହରେ ମୁଦ୍ରା ଭଣ୍ଡାର 590.185 ଅରବ ଡଲାରର ରେକର୍ଡ ସର୍ବୋଚ୍ଚରେ ପହଞ୍ଚିଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଫେବୃଆରୀ 5ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି(FCA) ହ୍ରାସ ଯୋଗୁଁ ମୁଦ୍ରା ଭଣ୍ଡାର ତଳମୁହାଁ ହୋଇଛି ।

ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ହ୍ରାସ ଦ୍ବାରା ବିଦେଶୀ ମୁଦ୍ରା କମିଥାଏ । ରିଜର୍ଭ ବ୍ୟାଙ୍କର ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 1.387 ଅରବ ଡଲାର ଖସି 540.951 ଅରବ ଡଲାର ରହିଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

ତଥ୍ୟ ଅନୁସାରେ 2 ଲଗାତାର ସପ୍ତାହରେ ହ୍ରାସ ପରେ ଫେବୃଆରୀ 12 ସମାପ୍ତ ସପ୍ତାହ ମଧ୍ୟରେ ଦେଶର ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ 1.26 ଅରବ ଡଲାର ବଢି 36.227 ଅରବ ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details