ଓଡିଶା

odisha

By

Published : Apr 14, 2020, 8:23 PM IST

ETV Bharat / business

ଲକଡାଉନ ବୃଦ୍ଧି, ରିଲିଫ ପ୍ୟାକେଜ ଦାବିରେ ଉଦ୍ୟୋଗ ଜଗତ

FICCIର ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି ଯେ, ଦେଶବ୍ୟାପୀ ତାଲା ପଡିଥିବାରୁ ଭାରତ ଦିନକୁ ପ୍ରାୟ 40,000 କୋଟି ଟଙ୍କା ହରାଉଛି । ଅଧିକ ପଢ଼ନ୍ତୁ...

ଲକଡାଉନ ବୃଦ୍ଧି, ରିଲିଫ ପ୍ୟାକେଜ ଦାବିରେ ଉଦ୍ୟୋଗ ଜଗତ
ଲକଡାଉନ ବୃଦ୍ଧି, ରିଲିଫ ପ୍ୟାକେଜ ଦାବିରେ ଉଦ୍ୟୋଗ ଜଗତ

ନୂଆଦିଲ୍ଲୀ: ମାନବ ଜୀବନ ଉପରେ ବଢୁଥିବା ସଙ୍କଟର ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଜରୁରୀ । ହେଲେ ଏଥିଯୋଗୁଁ ପ୍ରଭାବିତ ଉଦ୍ୟୋଗ ଜଗତ ଓ ଅର୍ଥବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଥିବା ସମସ୍ୟାରୁ ମୁକୁଳିବା ପାଇଁ ଆର୍ଥିକ ପ୍ୟାକେଜର ଆବଶ୍ୟକତା ରହିଛି । ମଙ୍ଗଳବାର ଭାରତୀୟ ଉଦ୍ୟୋଗ ଜଗତ ଏ ନେଇ ଯୁକ୍ତି ବାଢିଛି ।

FICCI ର ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି ଯେ, ଦେଶବ୍ୟାପୀ ତାଲା ପଡିଥିବାରୁ ଭାରତ ଦିନକୁ ପ୍ରାୟ 40,000 କୋଟି ଟଙ୍କା ହରାଉଛି । ଯାହା ଦ୍ବାରା ଗତ 21 ଦିନ ମଧ୍ୟରେ ଏହାର କ୍ଷତି 7-8 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସେ କହିଛନ୍ତି ଯେ, 2020 ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟ 40 କୋଟି ଚାକିରିରେ ସଙ୍କଟ ଦେଖାଦେବ । ତେଣୁ ତୁରନ୍ତ ରିଲିଫ ପ୍ୟାକେଜ ଗୁରୁତ୍ୱପୂର୍ଣ୍ଣ । CII ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ, ଏକ ବଡ ମାନବିକ ସଙ୍କଟକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ବୃଦ୍ଧି ନିଷ୍ପତ୍ତି ଯଥାଯୋଗ୍ୟ ।

ABOUT THE AUTHOR

...view details