ନୂଆଦିଲ୍ଲୀ: ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଚୀନ ଉପରେ ଉଠୁଛି ଭରସା । ଭାରତରେ ତେଜୁଛି ଚୀନ ବିରୋଧୀ ନିଆଁ । ଏପରି ସ୍ଥିତିରେ ଦେଶରେ ସୁରକ୍ଷାକୁ ନଜରରେ ରଖି ଭାରତୀୟ ସୀମା ଶୁଳ୍କ ବିଭାଗୀୟ ଅଧିକାରୀ ତତ୍ପର ହୋଇପଡିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ସମସ୍ତେ ଚୀନରୁ ଆସୁଥିବା ସାମଗ୍ରୀକୁ ସମସ୍ତ ବନ୍ଦର ଓ ବିମାନ ବନ୍ଦରରେ ଫିଜିକାଲ ଯାଞ୍ଚ କରି ଦେଶକୁ ଏଣ୍ଚ୍ରି କରାଉଛନ୍ତି ।
ଏଭଳି କଡାକଡି ଯାଞ୍ଚ ଏଭଳି ସମୟରେ କରାଯାଉଛି ଯେବେ ଭାରତ ଓ ଚୀନ ମଧ୍ୟରେ ବିବାଦ ଶିଖରରେ ପହଞ୍ଚିଯାଇଛି । ଏହି ମାମଲାରେ ପ୍ରତ୍ୟକ୍ଷ ଭାବେ ଜଡିତ ସରକାରୀ ଅଧିକାରୀ କହିଛନ୍ତି କି, ଏନେଇ ଯଦିଓ କୌଣସି ଔପଚରିତ ଆଦେଶ ନାହିଁ , ହେଲେ ଭାରତୀୟ ସୀମା ଶୁଳ୍କ ବିଭାଗ ପକ୍ଷରୁ ଚୀନରୁ ଆମଦାନୀ ହେଉଥିବା ପ୍ରତ୍ୟକ ଜିନିଷର ଆମୂଳଚୂଳ ନୀରିକ୍ଷଣ କରାଯାଉଛି । ତେବେ ରାଷ୍ଟ୍ରୀୟ ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।