ଓଡିଶା

odisha

ETV Bharat / business

ଆଇଏମଏଫର ଆଶଙ୍କା, 2021ରେ ବି ସୁଧୁରିବନି ବିଶ୍ବ ଅର୍ଥନୀତି - ଆର୍ଥିକ ପ୍ୟାକେଜ

କୋରୋନାରେ ପ୍ରଭାବିତ ଅର୍ଥନୀତି ଶୀଘ୍ର ସୁଧିରିବା ସମ୍ଭାବନା ନାହିଁ । 2021ରେ ବି ନୁହେଁ । ଆଇଏମଏଫର ମୁଖ୍ୟ କ୍ରୀଷ୍ଟଲିନା ଜର୍ଜିଭା ଏ ନେଇ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ..

IMF chief warns full global economic recovery unlikely in 2021
ଆଇଏମଏଫର ଆଶଙ୍କା, 2021ରେ ବି ସୁଧୁରିବନି ବିଶ୍ବ ଅର୍ଥନୀତି

By

Published : May 20, 2020, 5:04 PM IST

ନୂଆଦିଲ୍ଲୀ: କୋଭିଡ-19 ପ୍ରଭାବରେ ଅର୍ଥନୀତି କୋମାରେ । ବ୍ୟବସ୍ଥାୟ ସ୍ଥାଣୁ ପାଲଟିଯାଉଛି । ଜୀବିକା ହରାଇ ଲକ୍ଷାଧିକ ଲୋକ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଆଉ ଏଭଳି ବଡ ବିପଦରୁ ମୁକୁଳିବା ପାଇଁ ବିଶ୍ବ ଅର୍ଥନୀତିକୁ ବହୁତ ସମୟ ଲୋଡା । ଆଶା ଠାରୁ ବି ଅଧିକ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ଏ ନେଇ ଆଶଙ୍କା କରିଛି ।

କୋରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ଦେଶରେ ଲକଡାଉନ ଜାରି ରହିଛି । ଯେଉଁଥିପାଇଁ ସ୍ଥିତି ଭୟଙ୍କର ହେବ ବୋଲି ଆଇଏମଏଫର ମୁଖ୍ୟ କ୍ରୀଷ୍ଟଲିନା ଜର୍ଜିଭା କହିଛନ୍ତି ।

କୋରୋନାର ତୀବ୍ର ବିସ୍ତାର ଯୋଗୁଁ ସମଗ୍ର ବିଶ୍ବ ଏବେ ସଙ୍କଟରେ । ଆର୍ଥିକ ଗତିବିଧି ଠପ ରହିଛି । ଏଣୁ ସୁଧାର ଶୀଘ୍ର ହେବା କଷ୍ଟକର । 20121ରେ ବି ଏଥିରୁ ସମ୍ପୁର୍ଣ୍ଣ ରିଲିଫ ମିଳିବନି । ତେବେ ଆଗକୁ କେବେ ଏହି ସଙ୍କଟରୁ ମୁକ୍ତି ମିଳିବ ସେ ନେଇ ଜର୍ଜିଭା କିଛି ସ୍ପଷ୍ଟ କରିନାହାନ୍ତି ।

ଲକଡାଉନ କାରଣରୁ ଅର୍ଥନୀତି ଯେଉଁ ସ୍ଥିତିରେ ଅଟକିଛି ସେଥିରୁ ଅନୁମେୟ ଯେ ବିଶ୍ବ ବଡ ମାନ୍ଦାବସ୍ଥାର ସମ୍ମୁଖୀନ ହେବ । ଏପରିକି 1930 ମହାମାନ୍ଦାବସ୍ଥା ଠାରୁ ଏହାର ତୀବ୍ରତା ଆହୁରୀ ଅଧିକ ରହିବ । ହେଲେ ଏବେ ଆଇଏମଏଫ ମୁଖ୍ୟାଙ୍କ ଆଶଙ୍କାରୁ ସ୍ଥିତି ଅଧିକ ସଙ୍ଗୀନ ହେବ ବୋଲି ଅର୍ଥନୀତିଜ୍ଞ ଜଣାଇଛନ୍ତି ।

ଜୁନରେ ଆଇଏମଏଫ ବିଶ୍ବ ଅର୍ଥନୀତି ପାଇଁ ଅଭିବୃଦ୍ଧି ଆକଳନ ପ୍ରକାଶ କରିବ । ତେବେ ଏହି ସଙ୍କଟ ଡିଜିଟାଲ ଅର୍ଥନୀତି ତ୍ବରାନ୍ବିତ କରୁଛି ।

ABOUT THE AUTHOR

...view details