ଓଡିଶା

odisha

ETV Bharat / business

ସେପ୍ଟେମ୍ବରରେ ଆଦାୟ ହେଲା ୧.୧୭ ଲକ୍ଷ କୋଟି GST

ସୁଧୁରୁଛି ଅର୍ଥନୀତି । ପୁଣି ଉଚ୍ଚରେ GST ସଂଗ୍ରହ । ସେପ୍ଟେମ୍ବରରେ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର GST ଆଦାୟ କରିଛନ୍ତି ସରକାର । ଅଧିକ ପଢନ୍ତୁ...

ସେପ୍ଟେମ୍ବରରେ ଆଦାୟ ହେଲା ୧.୧୭ ଲକ୍ଷ କୋଟି GST
ସେପ୍ଟେମ୍ବରରେ ଆଦାୟ ହେଲା ୧.୧୭ ଲକ୍ଷ କୋଟି GST

By

Published : Oct 2, 2021, 8:16 AM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ମହାମାରୀ ଭଳି ଘୋର ବିପତ୍ତିର ସାମ୍ନା କରିଥିଲା ଦେଶ । ବାଣିଜ୍ୟ ବ୍ୟବସାୟ ସବୁ ଗୁରୁତର ପ୍ରଭାବିତ ହେବା ସହ ଭାରତର ଅର୍ଥନୈତିକ ସ୍ଥିତି ଦୋହଲି ଯାଇଥିଲା । ହେଲେ ବର୍ତ୍ତମାନ କୋରୋନା ପ୍ରଭାବ ହ୍ରାସ ସହ ଅର୍ଥନୈତିକ ପୁନରୁଦ୍ଧାର ହେଉଛି । ଅଗଷ୍ଟ ମାସରେ ଦ୍ରବ୍ୟ ଓ ସେବା କର(GST) ସଂଗ୍ରହ ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ସେପ୍ଟେମ୍ବରରେ ମଧ୍ୟ ଉଚ୍ଚ ସ୍ତରରେ ରହିଛି GST ରାଜସ୍ବ ସଂଗ୍ରହ ।

ଆର୍ଥିକ ମନ୍ତ୍ରଣାଳୟର ସୂଚନା ମୁତାବକ, ସେପ୍ଟେମ୍ବରରେ ସରକାରଙ୍କୁ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର GST ମିଳିଛି । ଲଗାତାର ତିନି ମାସ ଧରି ଦେଶର GST ଆଦାୟ ୧ ଲକ୍ଷ ପାର୍ କରୁଛି । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିବାବେଳେ ଜୁଲାଇରେ ଏହା ୧.୧୬ ଲକ୍ଷ କୋଟି ଥିଲା । ଏହା ପୂର୍ବରୁ ଜୁନରେ ମୋଟ ୯୨, ୮୪୯ କୋଟି ଟଙ୍କା ଆଦାୟ କରାଯାଇଥିଲା ।

ଗତ ବର୍ଷର ସମାନ ମାସରେ ଜିଏସଟି ସଂଗ୍ରହ ହାର ସହ ଚଳିତ ବର୍ଷର ପରିମାଣ ତୁଳନା କଲେ ଜିଏସଟି କଲେକ୍ସନ ୨୦୨୦ ସେପ୍ଟେମ୍ବର ତୁଳନାରେ ୨୩% ଓ ୨୦୧୯ ସେପ୍ଟେମ୍ବର ମାସ ତୁଳନାରେ ୨୭% ଅଧିକ ଅଟେ ।

ଅର୍ଥ ମନ୍ତ୍ରଣାଳୟ ସେପ୍ଟେମ୍ବରର ଜିଏସଟି ସଂଗ୍ରହ ତଥ୍ୟ ସହ ଅଗଷ୍ଟର ଇ-ୱେ ତଥ୍ୟ ମଧ୍ୟ ଜାରି କରିଛି । ଯେଉଁଥିରୁ ଅଗଷ୍ଟରେ ୬.୫୮ କୋଟି ଇ-ୱେ ବିଲ୍ ସୃଷ୍ଟି ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details