ଓଡିଶା

odisha

By

Published : Nov 21, 2019, 8:08 PM IST

ETV Bharat / business

4.7% ପ୍ରତିଶତକୁ ଖସିବ ଜିଡିପି !

2019-20 ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇ 4.7 ରହିବ । ଶିଳ୍ପ ଉତ୍ପାଦନରେ ମାନ୍ଦାବସ୍ଥା ଲାଗିରହୁଥିବାରୁ ଜିଡିପି ମଧ୍ୟ କମିବ ବୋଲି ଆକଳନ କରିଛି ରେଟିଙ୍ଗ ଏଜେନ୍ସି ଆଇସିଆରଏ ।

4.7% ପ୍ରତିଶତକୁ ଖସିବ ଜିଡିପି !

ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇ 4.7 ରହିବ । ଶିଳ୍ପ ଉତ୍ପାଦନରେ ମାନ୍ଦାବସ୍ଥା ଲାଗି ରହୁଥିବାରୁ ଜିଡିପି ମଧ୍ୟ କମିବ ବୋଲି ଆକଳନ କରିଛି ରେଟିଙ୍ଗ ଏଜେନ୍ସି ଆଇସିଆରଏ ।

କେବଳ ଏତିକିରେ ଥମିବନି ଅଭିବୃଦ୍ଧି , ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି ଅନୁମାନ ରହିଛି । ଏଥିସହ ଗ୍ରାସ ଭେଲ୍ୟୁ ଏଡେଡ(GVA ) ବି 4.7 ପ୍ରତିଶତରୁ କମି 4.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି ।

ତେବେ କୃଷି ଓ ସେବା ଭଳି କ୍ଷେତ୍ରରେ ରହିଥିବା ଅଭିବୃଦ୍ଧିକୁ ସ୍ଥିର ରଖାଯାଇପାରିବ । କିନ୍ତୁ ଶିଳ୍ପ କ୍ଷେତ୍ରରେ ଏହା କ୍ରମାଗତ କମୁଛି । ଆଇସିଆରଏର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟର କହିଛନ୍ତି ଯେ, ‘‘ ଘରୋଇ ଚାହିଦା, ନିବେଶ ଗତିବିଧିରେ ହ୍ରାସ ଯୋଗୁଁ ଆର୍ଥିକ ବର୍ଷ 2020ର ପ୍ରଥମ ତ୍ରୈମାସରେ ମାର୍ଜିନାଲ 0.6 ପ୍ରତିଶତରୁ ମ୍ୟାନୁଫ୍ୟାକ୍ଚରିଙ୍ଗ ବୃଦ୍ଧି ଦୁର୍ବଳ ରହିବ !’’

ABOUT THE AUTHOR

...view details