ନୂଆଦିଲ୍ଲୀ: ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପରେ କଣ ରହିବ ବିକଳ୍ପ ? ସାଧାରଣ ସାମଗ୍ରୀ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ପରିବର୍ତ୍ତେ ଦୋକାନୀ କେଉଁ ଧାତୁ ବ୍ୟବହାର କରିବେ । ଏହାର ଉପାୟ ଖୋଜିବା ପାଇଁ ସରକାର ଷ୍ଟାର୍ଟଅପ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା କରିବେ । ଯିଏ ବିଜେତା ହେବ ସେମାନଙ୍କୁ ଆର୍ଥିକ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି ।
ପ୍ଲାଷ୍ଟିକ ବିକଳ୍ପ କହିଲେ ମିଳିବ 3 ଲକ୍ଷ, ଷ୍ଟାର୍ଟଅପକୁ ସରକାରଙ୍କ ଚ୍ୟାଲେଞ୍ଜ - ପ୍ଲାଷ୍ଟିକ ବିକଳ୍ପ ପ୍ରତିଯୋଗୀତା
ପ୍ଲାଷ୍ଟିକ ବିକଳ୍ପ ସନ୍ଧାନରେ ସରକାରଙ୍କ ନୂଆ ପ୍ରୟାସ । ଷ୍ଟାର୍ଟଅପ ମଧ୍ୟରେ କରିବେ ପ୍ରତିଯୋଗିତା । ବିଜେତାଙ୍କୁ ମିଳିବ ମୋଟା ଅଙ୍କର ପୁରସ୍କାର । ଅଧିକ ପଢନ୍ତୁ..
ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବିକଳ୍ପ ନେଇ ବଡ ଚ୍ୟାଲେଞ୍ଜ ରହିଛି । ଏଥିପାଇଁ ଏହାର ସମାଧାନ ପାଇଁ ଡିଜାଇନ ପ୍ରସ୍ତୁତ କରିବା ଲାଗି ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରାଯିବ । ଏଥିରେ ସମସ୍ତ ଷ୍ଟାର୍ଟଅପ ଭାଗ ନେବ ।
ନୂଆ ବିକଳ୍ପର ବାଟ କଢାଇବା ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଥମ ବିଜେତାଙ୍କୁ 3 ଲକ୍ଷ ଟଙ୍କା ମିଳିବ । ସେହିପରି ଦ୍ବିତୀୟ ବିଜେତାଙ୍କୁ 2 ଲକ୍ଷର ପୁରସ୍କାର ରାଶି ମିଳିବ । ତେବେ ବିଶେଷଜ୍ଞଙ୍କ ଅସ୍ଥାୟୀ ଜ୍ୟୁରୀ ସମସ୍ତ ଆବେଦନର ସମୀକ୍ଷା କରିବ । ଏହା ପରେ ଡିପିଆଇଆଇଟି ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ବିଜେତା ଘୋଷଣା କରିବ । ଏହି ପ୍ରତିଯୋଗିତାର ଫଳାଫଳ ଆସନ୍ତା 31ରେ ଘୋଷଣା ହେବ ।