ଓଡିଶା

odisha

ETV Bharat / business

‘ପ୍ରସ୍ତୁତ ରୁହ, ଜିଡିପି ବୃଦ୍ଧିରେ ହେବ ତୀବ୍ର ହ୍ରାସ’

FRBM ପ୍ରେମୱାର୍କକୁ ସଂଶୋଧିତ କରିବାକୁ ହେବ । କାରଣ ଦେଶର ଜିଡିିପି ବୃଦ୍ଧିରେ ତୀବ୍ର ହ୍ରାସ ହେବା ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ସତର୍କ କରାଇଛନ୍ତି । ଅଧିକ ପଢନ୍ତୁ..

CEA Arvind Subramanian
‘ପ୍ରସ୍ତୁତ ରୁହ, ଜିଡିପି ବୃଦ୍ଧିରେ ହେବ ତୀବ୍ର ହ୍ରାସ ’

By

Published : Jun 4, 2020, 4:49 PM IST

ନୂଆଦିଲ୍ଲୀ: ରାଜକୋଷ ଉତ୍ତରଦାୟିତ୍ୱ ଏବଂ ବଜେଟ ପରିଚାଳନା (ଏଫଆରବିଏମ) ଅଧିନିୟମକୁ ବର୍ଷ ଶେଷ ସୁଦ୍ଧା ଅପଡେଟ କରିବାକୁ ହେବ । କାରଣ କୋଭିଡ-19 ସଙ୍କଟ ଯୋଗୁଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅବିବୃଦ୍ଧିରେ ତୀବ୍ର ହ୍ରାସ ଦେଖିବାକୁ ପଡିବ । ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ଏନେଇ କହିଛନ୍ତି ।

ବୁଧବାର ଇୱାଇ ଇଣ୍ଡିଆ ଦ୍ବାରା ଆୟୋଜିତ ୱେବିନାରରେ ସୁବ୍ରମଣ୍ୟମ କହିଛନ୍ତି କି, ଶ୍ରମରେ ସୁଧାର ଅନିବାର୍ଯ୍ୟ ଅଟେ । କିନ୍ତୁ କେତେକ ରାଜ୍ୟ ଯେଉଁଭଳି କରିଥିଲେ ତାହା ନୁହେଁ । ପ୍ରବାସୀ ଶ୍ରମିକଙ୍କ ସଙ୍କଟ ସମୟରେ ମଧ୍ୟ ରାଜ୍ୟଗୁଡିକ ଶ୍ରମିକମାନଙ୍କର ସାଧାରଣ ସୁରକ୍ଷା ଅଧିକାରକୁ ଅଣଦେଖା କରିଛନ୍ତି ।

ସୁବ୍ରମଣ୍ୟମ କହିଛନ୍ତି ଯେ, ‘‘ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ କଷ୍ଟକର ବର୍ଷ ହେବ । ଆମର ଜିଡିପି ଅଭିବୃଦ୍ଧି ହାରରେ ତୀବ୍ର ହ୍ରାସ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ । ’’

ସେ କହିଛନ୍ତି, "ଆମେ ନିଜକୁ ପ୍ରସ୍ତୁତ କରିବାକୁ ହେବ କି ଭାରତର ନିଅଣ୍ଟ ପ୍ରାୟ ଦୁଇଅଙ୍କ ବିଶିଷ୍ଟ ରହିବ । ଦେଶର ରାଜକୋଷୀୟ ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ ହେବାକୁ ଯାଉଛି ।’’

ସୁବ୍ରମଣ୍ୟମ ଏବେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଜଣେ ପରିଦର୍ଶକ ପ୍ରଫେସର । ଆର୍ଥିକ ଅଭିବୃଦ୍ଧିକୁ ବୁଷ୍ଟର ଦେବା ପାଇଁ ଅର୍ଥନୀତିକୁ ପୁନର୍ଜୀବିତ କରିବା ଜରୁରୀ ବୋଲି ସେ କହିଛନ୍ତି ।

ସୁବ୍ରମଣ୍ୟମ କହିଛନ୍ତି, ‘‘ଯଦି 2020-21 ବଜେଟତୁ ତୁଳନା କରାଯାଏ ତେବେ ମୋ ବିଚାରରେ ସ୍ଥିତି ବଦଳିଯାଇଛି । ଆମକୁ ବଜେଟ ଆକଳନ , FRBM ଅଧିନିୟମ ଏବଂ ପଞ୍ଚଦଶ ଅର୍ଥ ଆୟୋଗର ରେଫରେନ୍ସ ସର୍ତ୍ତାବଳୀ ସଂଶୋଧନ କରିବାକୁ ପଡିବ।’’

ଦେଶର ଆର୍ଥିକ ନିଅଣ୍ଟକୁ ଶୃଙ୍ଖଳିତ ରଖିବା ପାଇଁ 2003 ରେ FRBM ଅଧିନିୟମ ପ୍ରଣୟନ କରାଯାଇଥିଲା ।

ସରକାରଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ନେଇ ସୁବ୍ରମଣ୍ୟମ କହିଛନ୍ତି ଯେ, ଏହା ଦ୍ବାରା ଋଣ ଜିଡିପିର 85 ପ୍ରତିଶତକୁ ବୃଦ୍ଧି ପାଇବ ।

ABOUT THE AUTHOR

...view details