ଓଡିଶା

odisha

ETV Bharat / business

ମୋଦି 2.0, ମୁଣ୍ଡ ବିନ୍ଧାଇବ ଏହି 4ଟି ଅର୍ଥନୈତିକ ସମସ୍ୟା

ଦ୍ବିତୀୟ ଇନିଂସରେ ପାଦ ଥାପିଲେ ମୋଦି । ଏଥିପାଇଁ ଯେତିକି ଖୁସି ସେତିକି ଚିନ୍ତାରେ ସରକାର । କାରଣ ଦେଶକୁ ଅଗ୍ରଗତିର ପଥରେ ଯିବା ପୂର୍ବରୁ ଅଟକାଇପାରେ ଏହି ସବୁ ସମସ୍ୟା ।

By

Published : May 27, 2019, 5:08 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦ୍ବିତୀୟ ଇନିଂସରେ ଅର୍ଥନୀତିକୁ ମଜବୁତ କରିବା ମୋଦି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଆସନ୍ତା 30ରେ ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ହେଲେ ଶପଥ ନେଉ ନେଉ ସାମ୍ନା କରିବାକୁ ପଡିବ 4ଟି ବଡ ସମସ୍ୟା ।

ଦେଶ ମେରୁଦଣ୍ଡ ସଳଖିବାକୁ ଠିଆ ହୋଇଛି ସମସ୍ୟାର ପାହାଡ । ସେ ଅନାଦେୟ ଋଣ ଭାର ହେଉକି ରାଜକୋଷୀୟ ଘାଟା ସବୁ ପାଇଁ ମୋଦିଙ୍କୁ ମୁଣ୍ଡେଇବାକୁ ପଡିବ ବହୁ ଦାୟିତ୍ବ । ଏପରିକି ଦେଶକୁ ବିକାଶର ରେସରେ ଆଗେଇ ନେବାକୁ ତିଆରି କରିବାକୁ ପଡିବ ରଣନୀତି ।

ତେବେ କଣ ରହିଛି ପ୍ରମୁଖ ଚ୍ୟାଲେଞ୍ଜ -
- କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜାରି କରିଥିବା ଜିଡିପି ରିପୋର୍ଟ
- ନିୟନ୍ତ୍ରକ ଏବଂ ମହାଲେଖ ରିପୋର୍ଟ(ସିଏଜି) ଅନୁଯାୟୀ ବୃଦ୍ଧି ପାଉଥିବା ରାଜକୋଷୀୟ ଘାଟା
- ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ମିଳିବାକୁ ଥିବା ଟଙ୍କା ପାଇଁ ଜାଲାନ ସମିତି ରିପୋର୍ଟ
- ଅନାଦେୟ ଋଣ ସମ୍ଭନ୍ଧୀୟ ଆରବିଆଇ ଜାରି କରିଥିବା ସର୍କୁଲାର

ଅର୍ଥବ୍ୟବସ୍ଥାକୁ ସୁଧାରିବାରୁ ଉକ୍ତ 4ଟି ପ୍ରମୁଖ ମୁଦ୍ଦାକୁ ଗୁରୁତ୍ବର ସହ ନେବା ସରକାରଙ୍କ ପକ୍ଷେ ନିଶ୍ଚିତ ଚ୍ୟାଲେଞ୍ଜ ରହିବ । 2018-19 ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ଦର 6.3 ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ଯାହାକି ଗତ 6 ତ୍ରୟମାସ ଠାରୁ ସର୍ବୋନିମ୍ନ । ସେହିପରି ରାଜକୋଷୀୟ ଘାଟା 3.4 ପ୍ରତିଶତ ରଖିବା ନେଇ ଲକ୍ଷ୍ୟ ରଖାଯାଇଥିଲା , ହେଲେ ତାହାକୁ ସଂଶୋଧନ କରି 3.3 ପ୍ରତିଶତ କରାଯାଇଛି । ଏହା ପୁଣି ଥରେ ବଜେଟରେ ଏହାକୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ଫେବୃଆରୀ ଶେଷରେ ନିଅଣ୍ଟ ପରିମାଣ ବଢି 8,51,499 ରହିଥିଲା । ଯାହାକି ଜିଡିପିର ମାତ୍ର 4.52 ପ୍ରତିଶତ ।

ABOUT THE AUTHOR

...view details