ନୂଆଦିଲ୍ଲୀ: ସର୍ବୋଚ୍ଚ ରେକର୍ଡରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଅକ୍ଟୋବର 1 ସୁଦ୍ଧା ଏହା 434.60 ଅରବ ଡଲାରକୁ ବୃଦ୍ଧି ପାଇଛି । ଶୁକ୍ରବାର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ପରେ ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ସ୍ପଷ୍ଟ କରିଛନ୍ତି ।
ଅପ୍ରିଲରୁ ଅକ୍ଟୋବର ଭିତରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ 21.7 ଅବର ଡଲାର ବଢିଥିଲା । ସେହିପରି ସେପ୍ଟେମ୍ବର 27କୁ ସୁଦ୍ଧା ଏହା 5.02 ଅରବ ଡଲାରକୁ ବୃଦ୍ଧି ପାଇଥିଲା । ଏହି ଅଭିବୃଦ୍ଧି ପରେ ଏହାର ପରିମାଣ ମୋଟ 433.594 ଅରବ ଡଲାର ଥିଲା । ଗତ ସପ୍ତାହରେ ଏଥିରୁ 38.8 ଅରବ ଡଲାର କମି ଥିଲା । ଫଳରେ ଏହାର ପରିମାଣ 428.57 ଅରବ ଡଲାରକୁ ଖସିଛି ।