ଓଡିଶା

odisha

ETV Bharat / business

ସରିଲା ଅର୍ଥମନ୍ତ୍ରୀଙ୍କ ମାରାଥନ ପ୍ରି-ବଜେଟ ପରାମର୍ଶ ବୈଠକ - pre-Budget meeting

2021-22 ଆର୍ଥିକ ବର୍ଷର ବଜେଟ ପାଇଁ ଅର୍ଥମନ୍ତ୍ରୀଙ୍କ ବଜେଟ ପୂର୍ବ ପରାମର୍ଶ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । 15 ଭର୍ଚୁଆଲ ବୈଠକରେ170 ଜଣ ଅର୍ଥନୀତିଜ୍ଞ, ବିଶେଷଜ୍ଞ ନେଇଥିଲେ ଭାଗ । ଅଧିକ ପଢନ୍ତୁ..

ସରିଲା ଅର୍ଥମନ୍ତ୍ରୀଙ୍କ ମାରାଥନ  ପ୍ରି-ବଜେଟ ପରାମର୍ଶ ବୈଠକ
ସରିଲା ଅର୍ଥମନ୍ତ୍ରୀଙ୍କ ମାରାଥନ ପ୍ରି-ବଜେଟ ପରାମର୍ଶ ବୈଠକ

By

Published : Dec 23, 2020, 10:13 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ 2021-22 ଆର୍ଥିକ ବର୍ଷର ବଜେଟ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାରି ରଖିଛନ୍ତି ପ୍ରସ୍ତୁତି । ଏନେଇ ଅର୍ଥମନ୍ତ୍ରୀ ଡିସେମ୍ବର 14 ରୁ ନେଇ 23 ଯାଏଁ ବିଭିନ୍ନ ଅର୍ଥନୀତିଜ୍ଞ ଓ ଉଦ୍ୟୋଗପତିଙ୍କ ସହ ପରାମର୍ଶ ବୈଠକର ଅଧ୍ୟକ୍ଷତା କରିଛନ୍ତି ।

ଏହି ଅବଧି ମଧ୍ୟର 15 ବୈଠକରେ 9 ହିତାଧାରକ ସମୂହର 170ରୁ ଅଧିକ ଆମନ୍ତ୍ରିତ ପ୍ରତିନିଧିମାନେ ଭାଗ ନେଇଛନ୍ତି । ହିତାଧାରକ ସମୂହରେ ଆର୍ଥିକ ଏବଂ ପୁଞ୍ଜି ବଜାର, ସ୍ବାସ୍ଥ୍ୟ , ଶିକ୍ଷା ଏବଂ ଗ୍ରାମୀଣ ବିକାଶ , ପାଣି ଏବଂ ସ୍ବଚ୍ଛତା ସମ୍ବନ୍ଧୀ ବ୍ୟବସ୍ଥା, ଟ୍ରେଡ ୟୁନିଅନ ଏବଂ ଶ୍ରମ ସଙ୍ଗଠନ , ଉଦ୍ୟୋଗ, ସେବା ଏବଂ ବ୍ୟାପାର , ଭିତ୍ତିଭୂମି ସଂରଞ୍ଚନା , ଉର୍ଜା ଏବଂ ଜଳବାୟୁ ପରିବର୍ତ୍ତନର କ୍ଷେତ୍ର, କୃଷି ଏବଂ ଏଗ୍ରୋ ପ୍ରକ୍ରିୟାକରଣ ଶିଳ୍ପ; ଶିଳ୍ପପତି ଏବଂ ଅର୍ଥନୀତିଜ୍ଞ ସାମିଲ ଥିଲେ ।

କେନ୍ଦ୍ରୀୟ ଅର୍ଥ ଏବଂ କର୍ପୋରେଟ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଡ.ଏ.ବି ପାଣ୍ଡେ, ଡିଆଇପିଏଏମର ସଚିବ ତୁହିନ କାନ୍ତା ପାଣ୍ଡେ , ବ୍ୟୟ ସଚିବ ଟି ଭି ସୋମନାଥନ, ଡିଇଏର ସଚିବ ତରୁଣ ବଜାଜ, ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଓ ଅର୍ଥମନ୍ତ୍ରାଳୟ ଏବଂ ଅନ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

କୋଭିଡ -19 ର ବିସ୍ତାର ଉପରେ ରୋକ ଏବଂ 2020-21 ର ଦ୍ବିତୀୟ ତ୍ରୟମାସରେ ମାସରେ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଦୃଢ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ଉଦ୍ୟମକୁ ଅଂଶଗ୍ରହଣକାରୀମାନେ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀ ହେତୁ ମୃତ୍ୟୁ ହାର ହ୍ରାସ ସହିତ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା କେତେକ ଦେଶ ମଧ୍ୟରୁ ଭାରତ ଅନ୍ୟତମ ।

ABOUT THE AUTHOR

...view details