ଓଡିଶା

odisha

ETV Bharat / business

ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ

2018-19ରେ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଆର୍ଥିକ ନିୟଣ୍ଟ 7.7 ଲକ୍ଷ କୋଟି ରହିଛି । ଯାହାକି ମୋଟ ବଜେଟ ଆକଳନର ପାଖାପାଖି 121.5 ପ୍ରତିଶତ

By

Published : Feb 27, 2019, 2:08 PM IST

Updated : Feb 27, 2019, 9:25 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଟଳମଳ ଅର୍ଥବ୍ୟବସ୍ଥା । ବ୍ୟୟ ଠାରୁ ଆୟ କମ । ହ୍ରାସ ପାଉଛି ରାଜସ୍ବ । ଲଗାମଛଡା ନିୟଣ୍ଟ ହାର । ସଙ୍କଟ ମୋଡରେ ଦେଶ ଅର୍ଥନୀତିର ହିସାବ ନିକାସ । ନିର୍ବାଚନ ପୂର୍ବରୁ ଆର୍ଥିକ ନିୟଣ୍ଟରେ ବୃଦ୍ଧି ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।

2018-19ରେ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ଆର୍ଥିକ ନିୟଣ୍ଟ 7.7 ଲକ୍ଷ କୋଟିରେ ରହିଛି । ଯାହାକି ମୋଟ ବଜେଟ ଆକଳନ ପାଖାପାଖି 121.5 ପ୍ରତିଶତ । ପୂର୍ବରୁ ଆର୍ଥିକ ନିୟଣ୍ଟ ଲକ୍ଷ୍ୟ 6ଲକ୍ଷ 34 ହଜାର କୋଟି ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଥିଲା । ହେଲେ ବର୍ତ୍ତମାନର ଆର୍ଥିକ ରିପୋର୍ଟ ସରକାରଙ୍କ ପୂରା ହିସାବକୁ ଗଡବଡ କରିଦେଇଛି ।


୨୦୧୮ ଏପ୍ରିଲରୁ ୨୦୧୯ ଜାନୁଆରୀ ମଧ୍ୟରେ ୧୧ ଲକ୍ଷ ୮୧ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି । ହେଲେ ବ୍ୟୟ ହୋଇଛି 20 ଲକ୍ଷ ହଜାରେ କୋଟି ଟଙ୍କା । ଆୟ ତୁଳନାରେ ବ୍ୟୟ 9 ଲକ୍ଷ କୋଟି ଅଧିକ ରହିଥିବା ନିୟଣ୍ଟ ମଧ୍ୟ ବୃଦ୍ଧି ପାଇଛି ।

2019-20 ଆର୍ଥିକ ବର୍ଷ ପାଇଁ ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପିତ ହୋଇଥିଲା । ଏଥିରେ ଘୋଷଣା ହୋଇଥିବା ସ୍ମିମ ଓ ଯୋଜନାକୁ ନଜରରେ ରଖି ସରକାର ଜିଡିପି ଟାର୍ଗେଟ ମଧ୍ୟ 3.4 ପ୍ରତିଶତ କରିଦେଇଥିଲେ । ଯାହାକି ପୂର୍ବରୁ 3.3 ପ୍ରତିଶତ ରହିଥିଲା ।

Last Updated : Feb 27, 2019, 9:25 PM IST

For All Latest Updates

ABOUT THE AUTHOR

...view details