ନୂଆଦିଲ୍ଲୀ: କୋରୋନାରେ ପ୍ରଭାବିତ ଅର୍ଥନୀତିର ସ୍ଥିତିକୁ ନଜରେର ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ କମାଇଲା ଦେଶର ଅଭିବୃଦ୍ଧି ଅନୁମାନ । ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 1.1 ପ୍ରତିଶକୁ ଖସିପାରେ ବୋଲି ଏସବିଆଇ ରିପୋର୍ଟ ପ୍ରକାଶ କରିଛି ।
ଲକଡାଉନ: ଏସବିଆଇ କମାଇଲା ଅଭିବୃଦ୍ଧି ଅନୁମାନ - Economic growth may fall
ବିଭିନ୍ନ ଆର୍ଥିକ ଏଜେନ୍ସି ପରେ ଦେଶର ଅଭିବୃଦ୍ଧି ଅନୁମାନ କମାଇଲା ଏସବିଆଇ । ଚଳିତ ବର୍ଷ ଜିଡି 1.1 ପ୍ରତିଶତକୁ ଖସିବ ବୋଲି ରିପୋର୍ଟ ପ୍ରକାଶ କରିଛି ଏସବିଆଇ । ଅଧିକ ପଢନ୍ତୁ...
ଲକଡାଉନ : ଏସବିଆଇ କମାଇଲା ଅଭିବୃଦ୍ଧି ଅନୁମାନ
କୋରୋନା ଯୋଗୁଁ ଜାରି ଲକଡାଉନ ମଧ୍ୟରେ ସମସ୍ଥ ଆର୍ଥିକ ଗତିବିଧି ଠପ ରହିଛି । ଫଳରେ 2019-20 ଆର୍ଥିକ ବର୍ଷ ଜିଡିପି 4.1 ପ୍ରତିଶତକୁ ଖସିଆସିବ ବୋଲି ପୂର୍ବରୁ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି ।
ଏସବିଆଇର ଇକୋୱାର୍ପ ରିପୋର୍ଟ ଅନୁଯାୟୀ, ଲକଡାଉନ ଅବଧି ବୃଦ୍ଧି ଦ୍ବାରା ଅର୍ଥନୀତିକୁ ପ୍ରାୟ 12.1 ଲକ୍ଷ କୋଟି ଆର୍ଥିକ କ୍ଷତି ହେବ ।