ଓଡିଶା

odisha

ETV Bharat / business

ବ୍ୟବସାୟୀକରଣ ହେବ କୃଷି , ବଦଳିବ କି ଚାଷୀଙ୍କ ଭାଗ୍ୟ?

ଆଗକୁ ନିର୍ବାଚନ । କୃଷକଙ୍କ ପାଇଁ ପ୍ରସ୍ତୁତ ପ୍ରୋଗ୍ରାମ । କୃଷିକୁ ବ୍ୟବସାୟୀକରଣ କରିବା ଉଦ୍ଦେଶ୍ୟରେ ରାଜ୍ୟଗଡିକରେ ଜାରି ହେବ ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ ।

By

Published : Feb 16, 2019, 6:16 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ନଜରରେ ନିର୍ବାଚନ । ହାତରେ କୃଷକ କାର୍ଡ । ଚାଲିଛି ଘନ ଘନ ପ୍ଲାନ ଓ ପୋଗ୍ରାମ । କେବେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ତ ପୁଣି କେବେ ପେନସନ ଯୋଜନା । ଆଉ ଏବେ ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ ଜାରି । କୃଷିକୁ ବ୍ୟବସାୟୀକରଣ କରିବା ଲକ୍ଷ୍ୟରେ ସରକାରଙ୍କ ଏହି ପ୍ରୟାସ ।

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ପାଖାପାଖୀ 65 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ହେଲେ କୃଷକର ସ୍ଥିତି ନ କହିଲେ ଭଲ । ନିଜ ଅଧିକାରରୁ ବଞ୍ଚିତ ହୋଇ ଚାଷୀ ରାଜରାସ୍ତାରେ ଧାରଣା ଦେବା ଆଜିକା ସମୟରେ ଏକ ସାଧାରଣ କଥା ହୋଇଗଲାଣି। ଖୋଦ ଅନ୍ନଦାତା ଏବେ ଆତ୍ମହତ୍ୟା କରୁଥିବା ଖବର ନିତିଦିନିଆ ହୋଇଗଲାଣି। ଏତେ ସବୁ ପରେ ସରକାର ନିଜ ଅଚିନ୍ତା ନିଦରୁ ଉଠି ଚିନ୍ତା କରିଛନ୍ତି କୃଷକଙ୍କ ପାଇଁ । କାରଣ ହେଉଛି ନିର୍ବାଚନ । ହେଲେ ସେ ଯାହା ହେଉ ନା କାହିଁ କୃଷି ଓ କୃଷକଙ୍କୁ ପାଇଁ କରାଯାଉଛି ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଘୋଷଣା।

ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସ କଣ ?

ସମଗ୍ର ଦେଶ କୃଷି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଏହି ପ୍ରୟାସ । ଇଜ ଅଫ ଡୁଇଙ୍ଗ ଏଗ୍ରିବିଜେନସ ଅର୍ଥାତ କୃଷି ପାଇଁ ଅନୁକୂଳ ବାତାବରଣକୁ ନଜରରେ ରଖି ସମସ୍ତ ରାଜ୍ୟର ହେବ ରାଙ୍କିଂ । ଏହି ରାକିଂକୁ ତର୍ଜମା କରି ଦେଶ ବିଦେଶର ନିବେଶକ କରିବେ ଅର୍ଥ ନିବେଶ । ଏହା ପରେ କୃଷି ମଧ୍ୟ ବ୍ୟବସାୟୀକରଣ ହେବା ସହ ଏକ ପେସା ଭାବେ ପରିଚିତ ହୋଇପାରିବ।

ଇଜ ଅଫ ଡୁଇଙ୍ଗ ଏଗ୍ରି ବିଜନେସ ଇଣ୍ଡେକ୍ସକୁ କିପରି ଗଣନା ହେବ ?


ନ୍ୟାସନାଲ ଥିଙ୍କ ଟେକ, ନ୍ୟାସନାଲ ଇଷ୍ଟିଟ୍ୟୁସନ ଫଲ ଟ୍ରାନ୍ସଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ(ନୀତି ଆୟୋଗ) ବିଭିନ୍ନ ରାଜ୍ୟର ରାଙ୍କ ମାପିବା ପାଇଁ 6ଟି ପ୍ରମୁଖ ମାନଦଣ୍ଡ ଜାରି କରିଛନ୍ତି।

  • - ବ୍ୟାପାର ସୁଧାର
  • -ଇନପୁଟ ଦରକୁ କମ କରିବା
  • -ଶାସନ ଓ ଭିତ୍ତିଭୂମି ସୁଧାର
  • -ରିସ୍କ କମ କରିବା
  • -ଉତ୍ପାଦନ ଓ ଉତ୍ପାଦକତାରେ ବୃଦ୍ଧି
  • -କୃଷିରେ ନିବେଶ


କଣ ରହିବ ଏହାର ଲାଭ -

  • କୃଷକଙ୍କ ଆୟ ବୃଦ୍ଧି ହେବ
  • ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିବ
  • ନିବେଶ ବୃଦ୍ଧି ପାଇବ
  • ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବ
  • କୃଷି କ୍ଷେତ୍ରରେ ପ୍ରୋତ୍ସାହନ ବୃଦ୍ଧି କରିବ

ତେବେ ଚାଷୀଙ୍କ ପାଇଁ ସରକାରଙ୍କ ଏହି ନୂଆ ପ୍ରୟାସ କଣ ନିର୍ବାଚନ ବାଜି ବଦଳାଇବା ପାରିବ। ତାହା ଦେଖିବାକୁ ବାକି ରହିଲା।

ABOUT THE AUTHOR

...view details