ଓଡିଶା

odisha

ETV Bharat / business

ପୁଣି ଭାରତକୁ ଟାର୍ଗେଟ କଲେ ଟ୍ରମ୍ପ - world

ଭାରତ ‘ଟିକସ ରାଜା’। ବିଶ୍ବର ସବୁ ଦେଶ ତୁଳନାରେ ସର୍ବାଧିକ ଟିକସ ଭାରତ ନେଇଥାଏ । ଏପରି କହି ଭାରତକୁ ପୁଣି ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଫାଇଲ ଫଟୋ

By

Published : Apr 5, 2019, 10:50 PM IST

ନୂଆଦିଲ୍ଲୀ: ଭାରତ ‘ଟିକସ ରାଜା’। ବିଶ୍ବର ସବୁ ଦେଶ ତୁଳନାରେ ସର୍ବାଧିକ ଟିକସ ନେଇଥାଏ ଭାରତ। ଏପରି କହି ଭାରତକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।


ହର୍ଲି-ଡେବିଡସେନ ମୋଟରସାଇକେଲ ସମେତ ଭାରତ ଆମେରିକା ଉତ୍ପାଦ ଉପରେ 100 ପ୍ରତିଶତ କର ଲଗାଇଥାଏ। ଏଭଳି ଭାବରେ ଉଚ୍ଚ ହାରରେ ଭାରତ ଟିକସ ଆଦାୟ କରିବା ଆଦୌ ଠିକ ନୁହେଁ। ତେବେ ଏପରି ଭାବେ କହି ଟ୍ରମ୍ପ ତାତ୍ସଲ୍ୟ କରି ଭାରତକୁ ‘ଟ୍ୟାକ୍ସର ବାଦଶାହା’ ଭାବେ କହିଛନ୍ତି।

ସେ କହିଥଛନ୍ତି ଯେ, ମତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲ ଆସିଥିଲା। ଭାରତ ହେଉଛି ଦୁନିଆର ସବୁଠୁ ଅଧିକ ଶୁକ୍ଲ ଆଦାୟ କରୁଥିବା ଦେଶ। ଏପରିକି ଆମ ଉପରେ (ଆମେରିକା) ମଧ୍ୟ 100 ପ୍ରତିଶକ ଶୁକ୍ଲ ଲଗାଇଥାଏ। ଯେବେ ଆମେ ଭାରତକୁ ମୋଟରସାଇକେଲ ପଠାଇଥାଉ, କୌଣସି କର ନେଇ ନଥାଉ । କିନ୍ତୁ ଭାରତ କୌଣସି ସାମଗ୍ରୀ ପଠାଇଲେ କଡା ହାରରେ ଟିକସ ହାସଲ କରିଥାଏ ।

ପ୍ରକାଶ ଥାଉ ଯେ, ଗତ କିଛି ଦିନ ଧରି ଟିକସ ବ୍ୟବସ୍ଥାକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ବିବାଦ ଉପୁଜିଥିଲା । ଭାରତ ଅଧିକ ଟିକସ ଲଗାଉଥିବା ଅଭିଯୋଗ କରି ଟ୍ରମ୍ପ କ୍ଷୁବ୍ଧ ହୋଇ ଆପଣାଇଥିଲେ ‘ଯେସାକୁ ତେସା ନୀତି’। ଜିଏସପି (ଜେନରାଲ ସିଷ୍ଟମ ଅଫ ପ୍ରେଫରେନ୍ସ) ତାଲିକା (ଜିଏସପି)ରୁ ବାଦ ଦେବାକୁ ଧମକ ଦେଇଥିଲେ। ଆଉ ଏଥିପାଇଁ ଟ୍ରମ୍ପ ସଂସଦରେ ଲିଖିତ ଚିଠି ମଧ୍ୟ ଦେଇଥିଲେ।ହେଲେ ଭାରତ ଭଳି ଏକ ବିଶାଳ ବଜାର ସହ ବାଣିଜ୍ୟ କାରବାର ଛିନ୍ନ କରିବା ଦ୍ବାରା ଆମେରିକାକୁ ଏକ ବଡ ବିଜନେସ ଭାଗିଦାରୀକୁ ହାତଛଡା କରିବ ବୋଲି ଜାଣି ପୁଣି ଭାରତ ଆଡକୁ ମନ ବଳାଇଥିଲା। ହେଲେ ଏବେ ପୁଣି ଭାରତ କର ପ୍ରଣାଳୀରେ ନାଖୁସ ଅଛନ୍ତି ଟ୍ରମ୍ପ।


ତେବେ ଆମେରିକା ଯଦି ଭାରତକୁ କରମୁକ୍ତ ତାଲିକାରୁ ବାଦ ଦିଏ, ତାହାହେଲେ ଦେଶକୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଜଣାପଡିଛି।

For All Latest Updates

ABOUT THE AUTHOR

...view details