ଓଡିଶା

odisha

ETV Bharat / business

ଦୁଃଖ ବଖାଣିଲେ ମାଲ୍ୟା, ‘ପଳାତକ ଟ୍ୟାଗ୍‌ ଆର୍ଥିକ ମୃତ୍ୟୁଦଣ୍ଡ ସହ ସମାନ’ - giving

ବମ୍ବେ ହାଇକୋର୍ଟର ବିଶେଷ ଅଦାଲତ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବା ପରେ ଦୁଃଖ ବଖାଣିଲା ମାଲ୍ୟା । ଏହା ‘ଆର୍ଥିକ ମୃତ୍ୟୁଦଣ୍ଡ’ ସହ ସମାନ’ ବୋଲି କହିଛି ସେ । ସମସ୍ୟା ଘେରରେ ସେ ଅଣନିଶ୍ବାସୀ ହୋଇ ପଡିଥିବା କହିଛି ମାଲ୍ୟା ।

ଫାଇଲ ଫଟୋ

By

Published : Apr 24, 2019, 8:22 PM IST

ନୂଆଦିଲ୍ଲୀ: ‘ବମ୍ବେ ହାଇକୋର୍ଟର ସ୍ବତନ୍ତ୍ର ଅଦାଲତ ମତେ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବା ‘ଆର୍ଥିକ ମୃତ୍ୟୁଦଣ୍ଡ’ ସହ ସମାନ ’। ସମ୍ପତ୍ତି ଥାଇ ମଧ୍ୟ ମୋ ନିୟନ୍ତ୍ରଣରେ କିଛି ନାହିଁ । ଋଣ ଭାର ସୁଝିବାକୁ ସକ୍ଷମ ରହିଛି ହେଲେ ମୁଁ ଭରିବାକୁ ଅକ୍ଷମ । ସମସ୍ୟା ଚାପରେ ଅଣନିଶ୍ବାସୀ ବିଜୟ ମାଲ୍ୟା ବୁଧବାର ଏନେଇ କହିଛନ୍ତି ।

ଗତ ବର୍ଷ ଅଗଷ୍ଟରେ ଆସିଥିବା ପଳାତକ ଆର୍ଥିକ ଅପରାଧୀ ଆଇନର ନିୟମାବଳୀକୁ ଚ୍ୟାଲେଞ୍ଜ କରି ମାଲ୍ୟା ଓକିଲ ଦଲିଲ ଦେଇଛନ୍ତି । ସେ ନିଜ ଓକିଲଙ୍କ ଜରିଆରେ କହିଛନ୍ତି ଯେ, ଏହି ଟ୍ୟାଗ ଯୋଗୁଁ ତାର ଋଣ ଓ ସୁଧ ଭାର ବଢିଚାଲିଛି । ଆଉ ଏହାକୁ ଭରିବା ପାଇଁ ତା ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ମଧ୍ୟ ରହିଛି । ହେଲେ ସରକାର ଏହି ସମ୍ପତ୍ତିକୁ ବ୍ୟବହାର କରିବାକୁ ଦେଉନାହାନ୍ତି । ଏବେ ନିଜ ସମ୍ପତ୍ତି ନିୟନ୍ତ୍ରଣରେ ନାହିଁ । ଏପରି ଭାବେ ମୋତେ ଆର୍ଥିକ ମୃତ୍ୟୁଦଣ୍ଡ ଦିଆଯାଇଛି । ’

ଏଥିଯୋଗୁଁ ସମଗ୍ର ଦେଶରେ ମାଲ୍ୟାଙ୍କ ଯେତେ ସମ୍ପତ୍ତି ରହିଛି ତା ଉପରେ ଲାଗିଥିବା କଟକଣା ଓ ଜବତ ବିରୋଧରେ ଆଦେଶ ଜାରି କରିବାକୁ ତାଙ୍କ ଓକିଲ କୋର୍ଟରେ ଅନୁରୋଧ କରିଛନ୍ତି । ତେବେ ଏ ନେଇ କୌଣସି ଅନ୍ତିମ ଶୁଣାଣି ହୋଇନାହିଁ ।

ପ୍ରକାଶ ଥାଉ କି, ଧନ ଶୋଧନ ନିରୋଧକ ଅଧିନିୟମ(ପିଏମ୍‌ଏଲ୍‌ଏ) ଆଧାରରେ ନିର୍ମିତ ସ୍ପେଶାଲ୍‌ କୋର୍ଟ ଜାନୁଆରୀରେ ମୁମ୍ବାଇରେ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରୁ ଆବେଦନ କରିଥିଲେ । ସେ ଦେଶର ପ୍ରଥମ ଆର୍ଥିକ ପଳତାକ ଅପରାଧୀ ଭାବେ ଘୋଷିତ ହୋଇଛି ।

ABOUT THE AUTHOR

...view details