ଓଡିଶା

odisha

ETV Bharat / business

କୋରୋନା ସଙ୍କଟ: ଭାରତର ଜିଡିପି ଅନୁମାନ 4%କୁ ହ୍ରାସ କଲା ଏଡିବି

ଚଳିତ ଆର୍ଥିକ ବର୍ଷର ବିକାଶ ଦର 4 ପ୍ରତିଶତ ରହିବ ବୋଲି ଏଡିବି ପୂର୍ବାନୁମାନ କରିଛି । ଗତ ବର୍ଷ ବଜାରରେ ଦେଖାଦେଇଥିବା ସୁସ୍ଥତା ପରେ ଭାରତର ଜିଡିପି ଧୀମେଇଯାଇଛି ।

covid-19 adb estimates indias economic growth rate to be four percent
କୋରୋନା ସଙ୍କଟ: ଭାରତର ଜିଡିପି ଅନୁମାନ 4%କୁ ହ୍ରାସ କଲା ଏଡିବି

By

Published : Apr 4, 2020, 7:27 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଝଡରେ ହୁଲସ୍ତୁଲ ବିଶ୍ବ ଅର୍ଥବ୍ୟବସ୍ଥା । ଏଭଳି ସ୍ଥିତିରେ ବିଭିନ୍ନ ପ୍ରମୁଖ ବିଭାଗର ଘାଟାକୁ ଅନୁମାନ କରି ଭାରତ ଅଭିବୃଦ୍ଧି ହାର ହ୍ରାସ କଲା ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ।

ଚଳିତ ଆର୍ଥିକ ବର୍ଷର ବିକାଶ ଦର 4 ପ୍ରତିଶତ ରହିବ ବୋଲି ଏଡିବି ପୂର୍ବାନୁମାନ କରିଛି । ଗତ ବର୍ଷ ବଜାରରେ ଦେଖାଦେଇଥିବା ସୁସ୍ଥତା ପରେ ଭାରତର ଜିଡିପି ଧୀମେଇଯାଇଛି । ଆର୍ଥିକ ବର୍ଷ 2019ରେ ଏହା 6.1 ପ୍ରତିଶତରୁ ଖସି 5 ପ୍ରତିଶତ ରହିଥିଲା ।

ଏଡିବି ଅଧ୍ୟକ୍ଷ ମାସାସ୍ତୁଗୁ ଆସାକାୱା କହିଛନ୍ତି ଯେ, ‘‘ ଏପରି ବହୁତ ସମୟରେ ବଡ ଚ୍ୟାଲେଞ୍ଜର ସାମ୍ନ କରିବାକୁ ପଡେ । କୋଭିଡ-19 ଯୋଗୁଁ ସମଗ୍ର ବିଶ୍ବରେ ଲେକଙ୍କ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିସହ ଉଦ୍ୟୋଗ ଓ ଅନ୍ୟ ଆର୍ଥିକ ଗତିବିଧି ମଧ୍ୟ ବାଧିତ ହୋଇଛି । ‘‘

ବ୍ୟାଙ୍କ ନିଜ ଏସିଆନ ଡେଭଲପମେଣ୍ଟ ଆଉଟଲୁକ(ଏଡିଓ)2020ରେ କହିଛି ଯେ, ଭାରତରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ବୃଦ୍ଧି ଆସନ୍ତା ଆର୍ଥିକ ବର୍ଷରେ 6.3 ପ୍ରତିଶତ ମଜବୁତ ହେବା ପୂର୍ବରୁ 2021ରେ ଏହା ହ୍ରାସ ପାଇପାରେ ।

ପିଟିଆଇ

ABOUT THE AUTHOR

...view details