ଓଡିଶା

odisha

ETV Bharat / business

ସମାଧାନ ରାସ୍ତାରେ ଆମେରିକା-ଚୀନ ଟ୍ରେଡ ୱାର

ସମାଧାନ ରାସ୍ତାରେ ଆମେରିକା-ଚୀନ ଟ୍ରେଡ ୱାର । 2 ଦେଶ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ବେଜିଂରେ ହେବ ଦ୍ବିପାକ୍ଷିକ ବୈଠକ । ଏଥିରେ ଉଭୟ ଦେଶର ପ୍ରତିନିଧି ସାମିଲ ହେବେ ।

ପ୍ରତିକାତ୍ମକ ଫଟୋ

By

Published : Apr 30, 2019, 8:18 PM IST

ନୂଆଦିଲ୍ଲୀ: ସମାଧାନ ବାଟରେ ଆମେରିକା-ଚୀନ ଟ୍ରେଡ ୱାର । 2 ଦେଶ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ବେଜିଂରେ ହେବ ସଦ୍ୟ ଦିପାକ୍ଷୀକ ବୈଠକ । ଏଥିରେ ଉଭୟ ଦେଶର ପ୍ରତିନିଧି ସାମିଲ ହେବେ ।

ଆମେରିକା ପ୍ରତିନିଧିମଣ୍ଡଳ ନେତୃତ୍ବ ଟ୍ରେଡ ପ୍ରତିନିଧିଙ୍କ ଦ୍ବାରା କରାଯିବ । ଏପଟେ ଚୀନ ପ୍ରତିନିଧିତ୍ବ ଭାଇସ ପ୍ରିମୟର ଜରିଆରେ କରାଯିବ ।

ଗତ ବର୍ଷ ଆରମ୍ଭରୁ ଆମେରିକା ଓ ଚୀନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା । 2018ରେ 250 ଅରବ ଡଲାରର ଚୀନ ଉତ୍ପାଦ ଉପରେ ଶୁଳ୍କ ସୂଚୀ ବା ତାରିଫ ବଢାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବାଣିଜ୍ୟିକ ବିବାଦ । ଯାହାକି ସାରା ବିଶ୍ବର ମେରୁଦଣ୍ଡକୁ ପ୍ରଭାବିତ କରିବାରେ ଲାଗିଛି । ଫଳ ସ୍ବରୂପ ବେଜିଙ୍ଗ ଆମେରିକା ଉତ୍ପାଦ ଉପରେ 110 ବିଲିୟନ ଡଲାର ଶୁଳ୍କ ଲଗାଇ ଯେସାକୁ ତେସା ଜବାବ ଦେଇଛି । ପରେ ପୁଣି ଆମେରିକା , 200 ବିଲିୟନ ଡଲାରର ଚୀନ ପ୍ରଡକ୍ଟ ଉପରେ 10ରୁ 25 ପ୍ରତିଶତ ଶୁଳ୍କ ଲଗାଇଥିଲା । ବହୁ ବାଦ ବିବାଦ ପରେ ଏବେ ଉଭୟ ଦେଶ ମଧ୍ୟରେ ବିବାଦରେ ପୂର୍ଣ୍ଣଛେଦ ପକାଇ ପୁଣି ଥରେ ସମ୍ପର୍କ ଗଦଢିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି ।

For All Latest Updates

ABOUT THE AUTHOR

...view details